ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ ଇତିହାସ କଂଗ୍ରେସ୍ ଉଦ୍‌ଘାଟିତ…


ଫୁଲବାଣୀ:- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ଡଃ. ସୁନୀଲ କୁମାର ପାତ୍ର ଅଧିକ୍ଷକଙ୍କ ସଭାପତିତ୍ବରେ ଅୟୋଜିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ମନ୍ମଥ ପାଢୀ ପୂର୍ବତନ କୁଳପତି ଖଲିକୋଟ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ଯୋଗ ଦେଇ କନ୍ଧମାଳ ଜିଲ୍ଲାର ଐତିହ, ପରମ୍ପରା ଓ କିର୍ତ୍ତିରାଜୀ ଉପରେ ଗୁରୁତ୍ଵ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ତଥା ମୁଖ୍ୟ ବକ୍ତା ଡଃ. ସଦାନନ୍ଦ ନାୟକ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୋଗ ଦେଇ ଇତିହାସ କଂଗ୍ରେସ୍ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଅଗାମୀ ଦିନରେ ଜିଲ୍ଲାରେ ଇତିହାସ କଂଗ୍ରେସ୍ରେ କିଭଳି ସମସ୍ତେ ସାମିଲ ହୋଇପାରିବେ ବୋଲି ନିଜର ମତ ରଖିଥିଲେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶ୍ରୀ ଦୁଃଖବନ୍ଧୁ ନାୟକ ଉପ ଜିଲ୍ଲାପାଳ ବାଲିଗୁଡା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରି କନ୍ଧମାଳ ଜିଲ୍ଲାର ଲୁକ୍କାୟିତ ଐତିହ ସଂସ୍କୃତି ଓ ପରମ୍ପରା ସୁରକ୍ଷା ସହିତ ଲୋପ ପାଇ ଯାଉଥିବା ଲୋକ ସଂସ୍କୃତି ଉପରେ ଅଧିକ ଗବେଷଣା ଓ ଅଧ୍ୟୟନର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହି ଭବ୍ୟ ସମାବେଶରେ ଜିଲ୍ଲାର ସମସ୍ତ +୨ ଓ +୩ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକ ଯୋଗ ଦେଇ ନିଜର ମତ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀ. ସତ୍ୟରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ସହି ଅଧ୍ୟାପକ ଶ୍ରୀ, ଦୁଃଖ୍ୟଶ୍ୟାମ ମହାରଣା ଅତିଥ ପରିଚୟ ପ୍ରଦାନ କରିଥିଲେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ସହ ଓଡିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ ପରିବେଶଣ କରାଯାଇଥିଲା । ଏହି ସମାବେଶକୁ ସଫଳ କରିବା ପାଇଁ ଅଧ୍ୟାପକ ଶ୍ରୀ. ଭଞ୍ଜ କିଶୋର ନାୟକ, ଶ୍ରୀ, ରଞ୍ଜନ କୁମାର ନାୟକ, ଶ୍ରୀ, ସମୀର କହଁର, ଅଧ୍ୟାପିକା କୁମାର ପଦ୍ମାବତୀ ସାହୁ ଓ ଅଣ ଶିକ୍ଷକ କର୍ମଚାରୀ ଶ୍ରୀ, ପ୍ରକାଶ ସାହୁ, ଶ୍ରୀ. ପ୍ରଶାନ୍ତ ସାହୁ ଓ ଶ୍ରୀ. ବିଷ୍ଣୁ ବଡ ଦଳେଇ ସମାବେଶରେ ସେଭ ୱାଟର ଓ ସେଭ ଲାଇଫ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ସର୍ବ ଶେଷରେ ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପାତ୍ର ସମସ୍ତ ନିମନ୍ତ୍ରୀତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥରଲେ ।

nis-ad
Leave A Reply

Your email address will not be published.