ମା ତାରାତାରିଣୀ ମନ୍ଦିରରେ ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟିକୁ ସ୍ଥାପନ

ଛତ୍ରପୁର (୨୪/୦୪) : ମା ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଆସନ୍ତା ମେ ମାସ 15 ରୁ 20 ତାରିଖ ମଧ୍ୟରେ ହେବାକୁ ଦିନ ଧାର୍ଯ୍ୟ ଜିଲ୍ଲପାଳ ସମସ୍ତ ସେବାୟତ, ପଣ୍ଡିତ ଏବଂ ବିଭାଗୀୟ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ହୋଇ ଏହା ସ୍ଥିରୀକୃତ କରାଯାଇଥିଲା | ତେଣୁ ଆଜି ମନ୍ଦିର ପ୍ରତିଷ୍ଠା ର ଶୁଭ ଖୁଣ୍ଟି ସ୍ଥାପନ ନିମନ୍ତେ ଆୟୋଜନ କରାଯାଇଥିଲା | କର୍ତ୍ତା ରୂପେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ ବସିଥିଲା ବେଳେ ଅତିଥି ଭାବେ ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ବିଜୟ କୁମାର ବେହେରା, ଏସ ଡି ପିଓ ସୂର୍ଯ୍ୟ ମଣି ପ୍ରଧାନ, ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଟିକେ ରେଡି, ପୂର୍ବତନଛତ୍ରପୁର ସଂସ୍କୃତିଅଧିକାରୀ କୃଷ୍ଣ ଚନ୍ଦ୍ର ନିଶାଙ୍କ,ମନ୍ଦିର ପରିଚାଳନା ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ହିଞ୍ଜିଳି ର ପବିତ୍ର କୁମାର ପାଣିଗ୍ରାହୀ, ବ୍ରହ୍ମ ପୁର ର ଅଚ୍ୟୁତ ମହାପାତ୍ର, ସେବାୟତ ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣା, ପଣ୍ଡିତ ସିମାଞ୍ଚଳ ଦାଶ ଙ୍କନୀତିକାନ୍ତି ରେ ଏହି ଶୁଭ ଖୁଣ୍ଟି ର ସ୍ଥାପନା କରାଯାଇ ଥିଲା, ତେବେ ଦୀର୍ଘ 18 ବର୍ଷପରେ ମାଙ୍କ ଏହି ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି |

2004 ଫେବୃୟାରୀ ରେ ଜରାଜୀର୍ଣ୍ଣ ମନ୍ଦିରକୁ ଭଙ୍ଗାଯାଇ ନୂତନ ମନ୍ଦିରର ଆରମ୍ଭ କରା ଯାଇଥିଲା | ପୁରୀ ମାର୍କେଣ୍ଡେଶ୍ୱର ସାହିର ଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ର ଙ୍କ ତତ୍ୱାବଧାନରେ ଏହି ମନ୍ଦିରର କାର୍ଯ୍ୟ ଆରମ୍ଭ କରାଯାଇଥିଲା | ଲକ୍ଷ ଥିଲା ପୂରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ରେଖା ଶୈଳୀ ରେ 68ଫୁଟ ଉଚତାରେ ଗର୍ଭ ଗୃହ, 52ଫୁଟ ଉଚତାରେ ନାଟ ମଣ୍ଡପ,36 ଫୁଟ ଉଚ୍ଚତାରେ ଜଗ ମୋହନ ଏହିପରି 3ଗୋଟି ମନ୍ଦିର ନିର୍ମାଣ ହେବା ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଥିଲା, କିନ୍ତୁ ବିଡମ୍ବନର ବିଷୟ ଏହି ମନ୍ଦିର ଚୁଡାରେ ଦୀର୍ଘ 18ବର୍ଷ ହେଲା ଧ୍ବଜା ଟିଏ ଲାଗିପାରିଲା ନାହିଁ | କିନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5ଟି ସଚିବଭି କାର୍ତ୍ତିକେୟ ପାଣ୍ଡିଆନ,ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗେ, ଅତିରିକ୍ତ ଜିଲ୍ଲା ପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପିଡି ସିନ୍ଧେଦତ୍ତାତ୍ରୟ ବାହୁସାହେବ,ଛତ୍ରପୁର ଉପଜିଲ୍ଲାପାଳନୀଳମାଧବ ଭୋଇ, ପୁରୁଷୋତ୍ତମପୁର ବିଡ଼ିଓ ବିଜୟକୁମାର ବେହେରା,ତହସିଲଦାରନୀତିଶ କୁମାର ତ୍ରିପାଠୀ ଙ୍କ ପ୍ରଚେଷ୍ଟାରେ ଆଜି ଏହି ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି |ସେଥିପାଇଁ ସମସ୍ତେ ଆଜି ଖୁସି ବ୍ୟକ୍ତ କରିଛନ୍ତି, ଶୁଭ ଖୁଣ୍ଟି ସ୍ଥାପନ ପାଇଁ |ତେବେ ମନ୍ଦିର ପ୍ରତିଷ୍ଠା ପାଇଁ ସେବାୟତ ମାନେ ଅହରହ ଦାବି କରିବା ସହିତ ଯେତେବେଳେ ସବୁ ବିଧ୍ୟାୟକ, ମନ୍ତ୍ରି ହିଞ୍ଜିଳି ସ୍ମାର୍ଟ ସ୍କୁଲ ଦେଖୁବାକୁ ଆସିଥିଲେ ତାଙ୍କୁ ମଧ୍ୟ ଏହି ସେବାୟତ ମାନେ ଏବଂ ମୁଖ୍ୟମନ୍ତ୍ରୀନବୀନ ପଟ ନାୟକ,ପାଣ୍ଡିଆନ ସାର ଙ୍କୁ ମଧ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ କହିଥିଲେ | ଯାହା ତାଙ୍କ ସହଯୋଗ ଏବଂ ମା ତାରାତାରିଣୀ ଙ୍କ ଦୟାରୁ ଆଜି ସାକାର ହେବାକୁ ଯାଉଛି | ଏହିଶୁଭ ଖୁଣ୍ଟି ସ୍ଥାପନରେ ସମସ୍ତ ସେବାୟନ ମାନଙ୍କ ସହ ମନ୍ଦିର କର୍ମଚାରୀ ତଥା ଦେବେନ୍ଦ୍ର ରଣା ଙ୍କ ସହଯୋଗ ଅତୁଳନୀୟ ଅଟେ |

nis-ad
Leave A Reply

Your email address will not be published.