ଆଜି ୪୩.୩ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର । ଆଜି ରାଜଧାନୀର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁବା ସହିତ ସବୁ ରେକର୍ଡ ଭାଙ୍ଗି ଦେଇଛି । ୨୦୧୧ ମସିହା ପରଠାରୁ ଏପ୍ରିଲ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ଦେଖିଛି ଭୁବନେଶ୍ୱର ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ୨୦୧୬ ମସିହା ଏପ୍ରିଲ ୧୧ ତାରିଖରେ ଭୁବନେଶ୍ୱରରେ ୪୫.୮ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଥିଲା ।

ଏହାପରେ ୨୦୧୯ ଓ ୨୦୨୧ ମସିହା ଏପ୍ରିଲ ୨୫ ତାରିଖରେ ରାଜଧାନୀବାସୀ ୪୩.୭ ଏବଂ ୪୩.୨ ଡିଗ୍ରୀ ତାପମାତ୍ରାରେ ସିଝିଥିଲେ । ଆଉ ଆଜିର ତାପମାତ୍ରା ୪୩.୩ ଡିଗ୍ରୀ ରହିବା ସହିତ ୨୦୧୧ ପରଠାରୁ ତୃତୀୟ ସର୍ବାଧିକ ତାପମାତ୍ରା ହୋଇଛି ।

ଅନ୍ୟପଟେ ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡାରେ ୪୧. ୪ ଡିଗ୍ରୀ, ସମ୍ବଲପୁର ଓ ଚାନ୍ଦବାଲିରେ ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ହୀରାକୁଦରେ ଓ କେନ୍ଦୁଝରରେ ୪୦ ଡିଗ୍ରୀ, ବାଲେଶ୍ୱରରେ ୩୮ ଡିଗ୍ରୀ, ପୁରୀରେ ୩୨. ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାରାଦୀପରେ ୩୧.୮ ଡିଗ୍ରୀ ଓ ଗୋପାଳପୁର ୩୧.୨ ଡିଗ୍ରୀ ସେଲସିୟସ ପାରଦ ଚଢିଛି ଦିନ ସାଢେ ୨ଟା ସୁଦ୍ଧା ।

nis-ad
Leave A Reply

Your email address will not be published.