ମାଲିକଙ୍କ ଅନୁପସ୍ଥିରେ ଅଳଙ୍କାର ଚୋରି କରି ଯୁବତୀ କେୟାର୍‌ଟେକର୍‌ ଗିରଫ

କଟକ: ଘର ମାଲିକଙ୍କ ଘରୁ ସୁନା ଅଳଙ୍କାର ଚୋରି କରି ନେଇ ଫେରାର ହୋଇଯିବା ଘଟଣାରେ ଜଗତପୁର ପୁଲିସ ଜଣେ ଯୁବତୀ କେୟାର୍‌ଟେକର୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଯୁବତୀଙ୍କ ନିକଟରୁ ଚୋରି ସୁନା ଅଳଙ୍କାର ଜବତ କରିଛି । ଗିରଫ ମହିଳା କଟକ ସଦର ଥାନା ଅନ୍ତର୍ଗତ ବଣିଆଟାଙ୍ଗୀର ପୁଷ୍ପଲତା ପରିଡା(୨୦) ।

ପୁଲିସ ସୂଚନା ମୁତାବକ, ଜଗତପୁର ପଣ୍ଡାସାହି ରେବତୀକୁଞ୍ଜର ରାହୁଲ ପ୍ରତ୍ୟୁଷ ମହାନ୍ତିଙ୍କ ଘରେ କେୟାରଟେକର ଭାବେ ପୁଷ୍ପଲତା କାମ କରୁଥିଲେ ।

ପୁଷ୍ପଲତା ପ୍ରତ୍ୟୁଷଙ୍କ ଘର ଲୋକଙ୍କ ଅନୁପସ୍ଥିର ସୁଯୋଗ ନେଇ ସୁନା ଅଳଙ୍କର ଚୋରି କରିବା ସହ ଗତ ୧୭ତାରିଖରୁ ଆଉ କାମକୁ ଆସିନଥିଲେ । ଏହାର ୪ଦିନ ପରେ ଘର ମାଲିକ ସୁନା ଅଳଙ୍କାର ନ ପାଇ ପୁଷ୍ପଲତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ଗତ ୨୧ତାରିଖରେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତଙ୍କୁ କଟକ ସଦର ଥାନା ଅଞ୍ଚଳରେ ଥିବା ତାଙ୍କ ଘରୁ ଗିରଫ କରିଥିଲା । ଏଥିସହ ତାଙ୍କ ନିକଟରୁ ଚୋରି ୨୧ଗ୍ରାମ ଓଜନର ଗୋଟିଏ ସୁନା ଚେନ୍‌, ଗୋଟିଏ ମୁଦି ଓ ୨ହଳ କାନଫୁଲ ଜବତ କରିଥିଲା । ଶନିବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର ନାଥ ମେହେର ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.