ଗୌହାଟି ପୌର ନିର୍ବାଚନ: ବିଜେପିର କ୍ଲିନ୍‌ ସୁଇପ୍‌

ଗୌହାଟି: ଆସାମର ଗୌହାଟିରେ ହୋଇଥିବା ପୌର ନିର୍ବାଚନରେ ବିଜେପି ବାଜିମାତ କରିଛି। ମୋଟ୍‌ ୬୦ଟି ସିଟରୁ ୫୮ଟି ସିଟ୍‌ ହାତେଇ କ୍ଲିନ୍‌ ସୁଇପ କରିଛି ବିଜେପି। ଗୌହାଟି ମ୍ୟୁନ୍ସିପାଲ କର୍ପୋରେଶନରେ ୫୭ଟି ୱାର୍ଡ଼ରେ ଗତ ଶୁକ୍ରବାର ମତଦାନ ହୋଇଥିଲା। ୩ଟି ୱାର୍ଡ଼ରେ ବିଜେପି ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ଲାଭ କରିଥିଲା। ତେବେ ଏଠି କଂଗ୍ରେସ ଖାତା ଖୋଲିବାରେ ଅସମର୍ଥ ହୋଇଛି। ହେଲେ ଏଠି ଗୋଟିଏ ଆସନ ଆମ ଆଦମି ପାର୍ଟି ସିଟ୍‌ ଜିତି ଡେବ୍ୟୁ କରିଛି ଦଳ। ୪୨ ନମ୍ବର ୱାର୍ଡ଼ରେ ଆପ ବିଜୟ ହୋଇ ଥିବା ବେଳେ ଆସାମ ଜାତୀୟ ପରିଷଦ ଗୋଟିଏ ସିଟ୍ ହାତେଇଛି। ଦଳ ପ୍ରତି ଅକୁଣ୍ଠ ସମର୍ଥନ ଜଣାଇଥିବାରୁ ଗୌହାଟି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୋଦି ଟ୍ୱିଟ୍‌ କରି ଧନ୍ୟବାଦ ଗୌହାଟି ଲେଖିଛନ୍ତି । ଏହି ସୁନ୍ଦର ସହର ଲୋକେ ବିଜେପି ପ୍ରତି ବିପୁଳ ସମର୍ଥନ ଜଣାଇଛନ୍ତି। ବିଜେପିକୁ ଆଶୀର୍ବାଦ କରିଛନ୍ତି। ଆସାମରେ ବିଜେପି ବିକାଶର ଅଭିଯାନକୁ ଆହୁରି ଆଗେଇ ନେବ ବୋଲି ମୋଦି ଟ୍ୱିଟ୍ କରିଛନ୍ତି। ସେହିପରି ଏହି ବଡ଼ ସଫଳତାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଖୁସି ପ୍ରକଟ କରିଛନ୍ତି। ଐତିହାସିକ ବିଜୟ ପାଇଁ ମୁଁ ଗୌହାଟିଙ୍କ ପାଖରେ ନତମସ୍ତକ ହେଉଛି ବୋଲି ସେ ଟ୍ୱିଟ୍ କରିଛନ୍ତି।
ଶୁକ୍ରବାର ମତଦାନ ୫୨ ପ୍ରତିଶତ ହୋଇଥିବା ରେକର୍ଡ଼ କରାଯାଇଛି। ପ୍ରଥମଥର ପାଇଁ ଇଭିଏମରେ ପୌର ନିର୍ବାଚନ ପାଇଁ ମତଦାନ ସାବ୍ୟସ୍ତ ହୋଇଥିଲା। ଏହି ନିର୍ବାଚନରେ ମୋଟ ୧୯୭ ଜଣ ମତ ସାବ୍ୟସ୍ତ କରିଥିଲେ। ୫୩ଟି ସିଟରେ ବିଜେପି ଲଢ଼ିଥିବା ବେଳେ ୩ଟି ସିଟ୍‌ରେ ଅପ୍ରତିଦ୍ୱନ୍ଦୀଭାବେ ବିଜୟୀ ହୋଇଥିଲା।
ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ଗୌହାଟିବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଆସାମରେ ବିଜେପିର ଜୟଯାତ୍ରା ଜାରି ରହିଛି। ଏଥିପାଇଁ ସେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବଧାଇ ଜଣାଛନ୍ତି।

nis-ad
Leave A Reply

Your email address will not be published.