ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ


ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ବନଜ୍ୟୋତ୍ସ୍ନାର ବରିଷ୍ଠ ଉପଦେଷ୍ଟା କୌଶିକ ସାହୁଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଯାଇଛି ସ୍ଥାନୀୟ ଫୁଲବାଣୀ କରୋନେସନ ପଡ଼ିଆ ଠାରେ। ଏଥିରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଯୋଗ ଦେଇ ସାହିତ୍ୟ ବିନା ବଞ୍ଚିବା ସମ୍ଭବ ନୁହେଁ, ତେଣୁ ସମସ୍ତେ ସାହିତ୍ୟ ପ୍ରତି ରୁଚି ରଖିବା ପାଇଁ ବକ୍ତବ୍ୟ ରଖିଥିଲେ। ସଂମ୍ମାନୀତ ଅତିଥି ଭାବେ ଡ଼ଃ ପୁଷ୍ପାଞ୍ଜଳି ମିଶ୍ର ଯୋଗ ଦେଇ ଦୀର୍ଘ ଦୁଇ ବର୍ଷ ହେଲା କରୋନା ଯୋଗୁଁ ଘରେ ରହି ସମସ୍ତେ ବନ୍ଦୀ ଜୀବନ ଯାପନ କଲା ପରି ମନେ କରୁଥିଲେ କରୋନା ପରେ ଏହା ଫୁଲବାଣୀ ସହରରେ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାରୁ ସେ ଖୁସି ପ୍ରକଟ କରିଛନ୍ତି।ମୁଖ୍ୟ ବକ୍ତା ଭାବରେ ସୁବର୍ଣପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମଦନ ସୁନ୍ଦର କ୍ଷେତି ଯୋଗ ଦେଇ ସାହିତ୍ୟ ପ୍ରତି ସମସ୍ତଙ୍କ ରୁଚି ରହିବା ତଥା ପୁସ୍ତକ ପଠନର ମୂଲ୍ୟବୋଧ ଉପରେ ଆଲୋକପାତ କରି ଯୁବପିଢ଼ିମାନଙ୍କୁ ଏବଂ ଅଭିଭାବକ/ ଅଭିଭାବିକା ମାନଙ୍କୁ ସଂସ୍କାରିତ ହେବାପାଇଁ ନିଜର ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ମାର୍ଗ ଦର୍ଶନ କରାଇଥିଲେ ।

ସେହିପରି ଅନ୍ୟତମ ଅତିଥି ଭାବରେ ବାଲିଗୁଡାମହାବିଦ୍ୟାଳୟର ବିଭୁତି ଭୂଷଣ ଆଚାର୍ଯ୍ୟ, ବନଜ୍ୟୋତ୍ସ୍ନାର ସଭାପତି ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ଏହା ଆସନ୍ତାରେ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୁସ୍ତକ – ମେଳା ସହ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ। ତେଣୁ ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସାଂସ୍କୃତିକ ମଞ୍ଚ ଓ ପୁସ୍ତକ ଷ୍ଟଲ୍ ପ୍ରସ୍ତୁତ ହୋଇଛି। ଏଥିରେ ଶତାଧୀକ ଷ୍ଟଲ୍ ସହ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ବିଭିନ୍ନ ଦିବସରେ ଓଡ଼ିଆ ଭାଷା ପ୍ରତିଷ୍ଠାନ, ସାହିତ୍ୟ ଏକାଡେମୀ, ଓଡ଼ିଆ ସ୍ବାଭିମାନ ମଞ୍ଚ, ଉତ୍କଳ ସମ୍ମିଳନୀ, କୁଇ ଭାଷା ସାହିତ୍ୟ ପ୍ରତିଷ୍ଠାନର ଆଲୋଚନା ବୈଠକ ସହ ରାଜ୍ୟସ୍ତରୀୟ କବି ସମ୍ମିଳନୀ, ଭୁବନେଶ୍ବର ଡେପୁଟି ମେୟର ମଞ୍ଜୁଲତା କହଁର, ଭୁବନେଶ୍ବର ଓଡ଼ିଶା ଭାଷା ପ୍ରତିଷ୍ଠାନ ସଂଯୋଜକ ଡ.ପ୍ରେମାନନ୍ଦ ମହାପାତ୍ର, ଉତ୍କଳ ସମ୍ମିଳନୀ ସଭାପତି ପ୍ରଫେସର ଡ.ଅଦୈତ ପ୍ରସାଦ ପାତ୍ର, ପୂର୍ବତନ ସାଂସଦ କବି ଡ. ପ୍ରସନ୍ନ ପାଟ୍ଟସାଣୀ, କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗି ଓଡ଼ିଶା ସଂସ୍କୃତି ବିଦ୍ୟାଳୟ କୁଳପତି ଡ. ବ୍ୟୋମକେଶ ତ୍ରିପାଠୀଙ୍କ ସମେତ ବହୁ ସାରସ୍ଵତ ସାଧକ ଓ ବରେଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରଥମ ଦିବସରେ ହିଁ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ଅତିଥି ପରିଚୟ ପ୍ରଣତି ତ୍ରିପାଠୀ ଦେଇଥିଲେ।ଅନୁଷ୍ଠାନର ସମ୍ପାଦକ ଡ଼ଃ କାହ୍ନୁ ଚରଣ ଶତପଥୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ଓମ ପ୍ରକାଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଶିବାନୀ ସୁଆର, ରୂପାମ୍ବିକା ତ୍ରିପାଠୀ,କଳ୍ପନା ରାଣୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.