ନବୀନ ନିବାସରେ ସାଂଗଠନିକ ସ୍ତରର ବୈଠକ ଆରମ୍ଭ

ଭୁବନେଶ୍ବର: ବିଜେଡିର ମିଶନ ୨୦୨୪ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନବୀନ ନିବାସରେ ଆରମ୍ଭ ହେଲା ସାଂଗଠନିକ ସ୍ତରର ବୈଠକ । ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଚାଲିଛି ମାନସ ମନ୍ଥନ । ଏହି ଜିଲ୍ଲା ଗୁଡ଼ିକ ହେଲେ କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼ ଅନୁଗୁଳ, ନବରଙ୍ଗପୁର, ଢେଙ୍କାନାଳ, ସୁନ୍ଦରଗଡ଼ ।

ଆସନ୍ତା ସୋମବାର ଯାଏଁ ପର୍ଯ୍ୟାୟକ୍ରମେ ନବୀନ ନିବାସରେ ଚାଲିବ ଏହି ବୈଠକ । କୋରାପୁଟ ଓ ମାଲକାନଗିରିର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ ଚନ୍ଦ୍ରସାରଥୀ ବେହେରା । ସେହିପରି ଦେବାଶିଷ ସାମନ୍ତରାୟ କେନ୍ଦ୍ରାପଡ଼ା, ଅତନୁ ସବ୍ୟସାଚୀ ନାୟକ ବାଲେଶ୍ୱର, ପଦ୍ମନାଭ ବେହେରା ନୟାଗଡ଼, ପ୍ରଶାନ୍ତ ମୁଦୁଲି ଅନୁଗୁଳ, ତୁଷାରକାନ୍ତି ବେହେରା ନବରଙ୍ଗପୁର, ବିଜୟ ନାୟକ ଢେଙ୍କାନାଳ ଓ ପ୍ରୀତିରଂଜନ ଘଡେଇ ସୁନ୍ଦରଗଡ଼ର ପର୍ଯ୍ୟବେକ୍ଷକ ରହିବେ ।

nis-ad
Leave A Reply

Your email address will not be published.