ମାତ୍ର ଶହେ ଟଙ୍କା ପାଇଁ ମା’କୁ ପିଟି ପିଟି ମାରିଦେଲା ପୁଅ

ମୟୁରଭଞ୍ଜ: ନିଶା ପାଇଁ ଅନେକ ପରିବାର ଉଜୁଡି ଯାଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ନିଶା ପାଇଁ ତୁଚ୍ଛ ପାଲଟିଲା ମା’ର ମମତା । ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ୧୦ ମାସ କୋଳରେ ରଖି ଜନ୍ମ ଦେଇଥିବା ମା’କୁ ହତ୍ୟା କରିଛି ପୁଅ ।

ନିଶା ଖାଇବା ପାଇଁ ପୁଅ ୧୦୦ ଟଙ୍କା ମାଗିଥିଲା । ମା’ ୧୦୦ ଟଙ୍କା ଦେବାକୁ ମନା କରିବାରୁ ରାଗରେ ପିଟିପିଟି ମା’କୁ ହତ୍ୟା କରିଛି ପୁଅ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ହାଟ ପଡିଆରେ ଏହି ଅଘଟଣ ଘଟିଛି । ମାକୁ ନିଶା ଖାଇବା ପାଇଁ ୧୦୦ ଟଙ୍କା ମାଗିଥିଲେ ହେଁ ମା ମନା କରି ଦେଇଥିଲା । ଉତ୍କ୍ଷିପ୍ତ ପୁଅ ଏକ ଠେଙ୍ଗାରେ ପିଟି ପିଟି ମା’କୁ ହତ୍ୟା କରିଥିଲା ।

ମା’କୁ ହତ୍ୟା କରିବା ପରେ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଯଶୀପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

nis-ad
Leave A Reply

Your email address will not be published.