ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ଗୀଷ୍ମପ୍ରବାହ ସହ ରାଜଧାନୀ ଭୁବନେଶ୍ୱରରେ ହେଉଛି ମୁଣ୍ଡଫଟା ଖରା । ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଛି ଭୁବନେଶ୍ୱରର ତାପମାତ୍ରା । ଆଜି ତାତିରେ ରେକର୍ଡ ଭାଙ୍ଗିବ ରାଜଧାନୀ ଭୁବନେଶ୍ୱର । ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ପାଲଟିଛି ସବୁଠାରୁ ଉତ୍ତପ୍ତ ସହର ।

ଏହା ସହ ଝାରସୁଗୁଡ଼ା ଓ ଚାନ୍ଦବାଲିରେ ୩୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୩୭.୨ ଡିଗ୍ରୀ, ସମ୍ବଲପୁରରେ ୩୭ ଡିଗ୍ରୀ, କେନ୍ଦୁଝରରେ ୩୬.୮ ଡିଗ୍ରୀ, ହୀରାପୁଦରେ ୩୬.୬ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦ୍ୱୀପରେ ୩୧.୮ ଡିଗ୍ରୀ, ଗୋପାଳପୁରରେ ୩୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଅନ୍ୟପଟେ ଦେଶରେ ଗତ ୫ ଦିନ ହେବ ତାପମାତ୍ରା ବଢ଼ିବାରେ ଲାଗିଛି । ଉତ୍ତର ଭାରତର କିଛି ଅଞ୍ଚଳରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିଯାଇଛି । ଗୁଜରାଟ ଓ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ଗରମରୁ ତ୍ରାହି ପାଇବାର କୌଣସି ଆଶଙ୍କା ନାହିଁ । ରାଜଧାନୀ ଦିଲ୍ଲୀରେ ଦିନରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଛି ।

nis-ad
Leave A Reply

Your email address will not be published.