ଚର୍ଚ୍ଚାରେ ଟିନା ଡାବିଙ୍କ ବିବାହ ବେଳର ଫଟୋ

ଜୟପୁର: ଚର୍ଚ୍ଚିତ ଆଇଏଏସ ଯୋଡ଼ି ଟିନା ଡାବି ଏବଂ ତାଙ୍କ ସ୍ୱାମୀ ଡ.ପ୍ରଦୀପା ଗାୱେଣ୍ଡେଙ୍କ ବିବାହ ବେଳର ଫଟୋ ଏବେ ସାମ୍ନାକୁ ଆସିଛି। ବିବାହ ବେଳେ ଉଭୟ ବେଶ ଖୁସିଥିବା କ୍ୟାମେରାରେ କଏଦ ହୋଇଛି । ଗତ ବୁଧବାର ଉଭୟଙ୍କ ବାହାଘର ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ ହୋଇଛି। ଆଜି ସାମାରନଙ୍କର ରିସେପ୍ସନ ପାର୍ଟି ରହିଛି। ଜୟପୁରର ବିଳାସପୂର୍ଣ୍ଣ ପ୍ଲସ୍‌ ହୋଟେଲେ ଏହି ପାର୍ଟି ଆୟୋଜନ ହୋଇଛି ।
୨୦୧୬ ବ୍ୟାଚ୍‌ର ଆଇଏସର ଅଫିସର ଡାବି ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ତାଙ୍କ ପାର୍ଟନର ପ୍ରଦୀପ ଗାୱାଣ୍ଡେ ୨୦୧୩ ବ୍ୟାଚ୍‌ର ଆଇଏଏସ ଅଫିସର। ଉଭୟେ ରାଜସ୍ଥାନରେ ପୋଷ୍ଟିଂ ହୋଇଛନ୍ତି। ଟିନା ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ଅର୍ଥ ବିଭାଗଗରେ ଯୁଗ୍ମ ନିର୍ଦ୍ଦେଶକ ଥିବା ବେଳେ ତାଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ଐତିହ୍ୟ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ଅଛନ୍ତି। କୋଭିଡ୍‌ ପାନଡେମିକ ସମୟରେ ଦୁହିଙ୍କୁ ପରିବହନ ସମ୍ପର୍କିତ ଦାୟିତ୍ୱ ମିଳିଥିବା ସମ୍ପର୍କ ଯୋଡ଼ି ହୋଇଥିଲା। ପରେ ଉଭଙ୍କ ମଧ୍ୟରେ ପ୍ରେମ ହୋଇଯାଥିଲା। ଟିନା କହିଛନ୍ତି ଯେ, ପାନଡେମିକ ସମୟରେ ଆମ ଦୁହିଙ୍କ ମଧ୍ୟରେ ଭେଟ ହୋଇଥିଲା । ପରେ ପ୍ରଦୀପ ଗାୱାଣ୍ଡେ ତାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ ।
୨୯ ବର୍ଷୀୟ ଟିନା ଡାବିଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ୩୯ ବର୍ଷୀୟ ପ୍ରଦୀପଙ୍କ ପ୍ରଥମ ବିବାହ। ଅନୁସୂଚିତ ଜାତି ବର୍ଗରୁ ଟିନା ହେଉଛନ୍ତି ପ୍ରଥମ ଆଇଏଏସ ଟପ୍ପର। ଟିନା ୨୦୧୮ରେ ଆଇଏଏସ୍‌ ଅତହର ଖାନଙ୍କୁ ବିବାହ କରିଥିଲେ । ପରେ ମାତ୍ର ୨ବର୍ଷ ଅର୍ଥାତ୍‌ ୨୦୨୧ରେ ସେମାନଙ୍କ ମଧ୍ୟରେ ବିବାହ ସମ୍ପର୍କ ଭାଙ୍ଗି ଛାଡ଼ପତ୍ର ହୋଇଥିଲା। ହେଲେ ଏବେ ପୁଣି ଥରେ ଟିନା ଆଇଏଏସ୍‌ ପ୍ରଦୀପଙ୍କୁ ବିବାହ କରିଛନ୍ତି।

nis-ad
Leave A Reply

Your email address will not be published.