ଗଣତନ୍ତ୍ରକୁ ଧ୍ୱଂସ ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମକୁ ସୁପରିକଳ୍ପିତ ଭାବେ ତିଆରି କରାଯାଉଛି: ଓବାମା  

ୱାଶିଂଟନଡିସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଦୀର୍ଘଦିନର ନୀରବତା ଭାଙ୍ଗି ସାମାଜିକ ଗଣମାଧ୍ୟମ ଉପରେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ସୁପରିକଳ୍ପିତ ଭାବେ ତିଆରି କରାଯାଉଛି। ଆମେରିକାର ଷ୍ଟାଣ୍ଡଫର୍ଡ଼ ବିଶ୍ୱବିଦ୍ୟାଳୟରେ ଯୋଗଦେଇ ଓବାମା କହିଛନ୍ତି ଯେ, ଇତିହାସରେ ଆଉ ଏକ ବିପଜଜ୍ଜନକ ପରିସ୍ଥିତି ଦେଇ ଗତି କରୁଛି। ଗଣତନ୍ତ୍ର ପାଇଁ ମିଥ୍ୟା ତଥ୍ୟ ଅଧିକ ଘାତକ ହୋଇଛି। ଯଦି ଆମେ ମିଳିତ ଭାବେ ଏହାକୁ ପ୍ରତିରୋଧ ନକରିବା ତେବେ ଏହା ଅଧିକ ବୃଦ୍ଧି ପାଇବ ।
ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ଏମିତି ଡିଜାଇନ୍ କରାଯାଉଛି ଯେ, ସତ୍ୟ ଏବଂ ମିଥ୍ୟା ମଧ୍ୟରେ ପ୍ରଭେଦ ଜାଣିବାର କଷ୍ଟକର ହୋଇପଡ଼ୁଛି । ଭୁଲ ତଥ୍ୟ ପ୍ରସାରଣ କରି ଲୋକଙ୍କୁ ଭ୍ରମିତ କରାଯାଉଛି। ଯାହା ସମାଜକୁ ଏକ ଭୁଲ ଦିଗରେ ବଢ଼ିବା ପାଇଁ ପ୍ରେରିତ କରୁଛି । ହେଲେ ଏହାର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଆମେ ଅନୁଭବ କରିପାରୁ ନାହୁଁ ବୋଲି ସେ କହିଛନ୍ତି।
୨୦୦୯ରୁ଼ ୨୦୧୭ ମଧ୍ୟରେ ଓବାମା ଆମେରିକାର ୪୪ତମ ରାଷ୍ଟ୍ରପତି ଭାବେ ସେବା ଯୋଗାଇଛନ୍ତି। ୨୦୧୬ରେ ରୁଷ ନିର୍ବାଚନରେ ହସ୍ତକ୍ଷେପ ଏବ ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ପୁଟିନ ଏବଂ ଷ୍ଟିଭ୍‌ ବନନ୍‌(ଡୋନାଲଡ୍‌ ଟ୍ରମ୍ପଙ୍କ ପରାମର୍ଶଦାତ୍ତା) ଗଣତନ୍ତ୍ରର ଅର୍ଥକୁ ବୁଝନ୍ତି ନାହିଁ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.