୩୦୦ ବର୍ଷ ପୁରୁଣା ଶିବ ମନ୍ଦିର ଉପରେ ଚାଲିଲା ବୁଲଡୋଜର

ଅଲୱାର: ଏବେ ଚାରିଆଡ଼େ କେବଳ ବୁଲଡୋଜରକୁ ନେଇ ଚର୍ଚ୍ଚା। ଏହିକ୍ରମରେ ରାଜସ୍ଥାନର ଅଲୱାର ଠାରେ ଥିବା ୩୦୦ ବର୍ଷ ପୁରୁଣା ଗୋଟିଏ ଶିବ ମନ୍ଦିର ଉପରେ ବୁଲଡୋଜର ଚାଲିଛି। ବୁଲଡୋଜର ଦ୍ୱାରା ମନ୍ଦିର ଭଙ୍ଗା ଯିବାକୁ ବିରୋଧ କରି ନଗର ପଞ୍ଚାୟତର ଇଓ, ସବ ଡିଭିଜନାଲ ମାଜିଷ୍ଟ୍ରେଟ ଓ ରାଜଗଡ଼ ବିଧାୟକଙ୍କ ନାଁରେ ପୁଲିସ୍‌ କେସ୍‌ କରିବାକୁ ଦାବି କରାଯାଇଛି। କିନ୍ତୁ ଏଯାଏ କୌଣସି ପ୍ରକାରର କେସ୍‌ ଫାଇଲ କରାଯାଇନି।
ମନ୍ଦିର ଭଙ୍ଗା ଭିଡିଓକୁ ପୋଷ୍ଟ କରି ବିଜେପି ନେତା ଅମିତ ମାଲବ୍ୟ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ରାଜସ୍ଥାନର ଅଲୱାରେ ବିକାଶ ନାଁରେ ୩୦୦ ବର୍ଷର ପୁରୁଣା ମନ୍ଦିରକୁ ଭଙ୍ଗା ଯାଇଛି। କରୋଲି ଓ ଜାହାଙ୍ଗୀରପୁରୀ ଘଟଣାରେ କୁମ୍ଭୀର କାନ୍ଦଣା କାନ୍ଦିବା ଏବଂ ହିନ୍ଦୁ ଆସ୍ଥାକୁ କ୍ଷୁଣ୍ଣ କରିବା ହିଁ କଂଗ୍ରେସର ପ୍ରକୃତ ଧର୍ମନିରପେକ୍ଷତା ବୋଲି ସେ କହିଛନ୍ତି।
ଆଉ ଏକ ଟ୍ୱିଟରେ ସେ କହିଛନ୍ତି, “ଏପ୍ରିଲ ୧୮ରେ କଂଗ୍ରେସ ସରକାର ବିନା ନୋଟିସରେ ରାଜଗଡ଼ରେ ଥିବା ୮୫ ଜଣ ହିନ୍ଦୁଙ୍କ ପକ୍କା ଘର ଓ ଦୋକାନକୁ ଭାଙ୍ଗି ଦେଇଛନ୍ତି।”
ଅନ୍ୟପକ୍ଷରେ ବିଜେପିର ଦାବିକୁ ରାଜସ୍ଥାନ ମନ୍ତ୍ରୀ ପ୍ରତାପ ସିଂହ ମିଛ ବୋଲି କହିଛନ୍ତି। ସେ କହିଛନ୍ତି, ରାଜଗଡ଼ ଅର୍ବାନ ବଡିଜ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ଜଣେ ବିଜେପି ସଦସ୍ୟ। ସେ ହିଁ ମନ୍ଦିର ଓ ଘର ଭାଙ୍ଗିବାକୁ ପ୍ରସ୍ତାବ ଦେଇଥିଲେ। ଅଧ୍ୟକ୍ଷ ମନ୍ଦିର ଓ ଘର ଭାଙ୍ଗିବାକୁ କହିଥିବା ବେଳେ ଏହାକୁ କଂଗ୍ରେସ ବିଧାୟକ ବିରୋଧ କରିଥିଲେ।

nis-ad
Leave A Reply

Your email address will not be published.