ଦୁଷ୍କର୍ମ ଅଭିଯୁକ୍ତକୁ ୫ ବର୍ଷ ଜେଲ, ୧୦ ହଜାର ଜରିମାନା…

ଫୁଲବାଣୀ, :ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଗୁରୁବାର ଦିନ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି ଘଟଣାର ୧୦ ଜଣ ସାକ୍ଷୀ ପୀଡ଼ିତାଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ଗଗନ ନାୟକ(୩୪)କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାଙ୍କୁ ଆଉ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି । ମାମଲାକୁ ପୀଡ଼ିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳି ବେହେରା ପରିଚାଳନା କରୁଥିଲେ । ଘଟଣା ଅନୁସାରେ ୧୯/୧୧/୨୦୧୬ ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟଣାର ପୀଡ଼ିତା ଜଣେ ୧୫ ବର୍ଷିୟା ଶାରୀରିକ ଓ ମାନସିକ ବିକଳାଙ୍ଗ ଘରେ ଏକାକୀ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଗଗନ ତାଙ୍କୁ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଫୁଲବାଣୀ ଟାଉନ ଥାନାରେ ଏକ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ୨୩/୨୦୧୬ ରଜୁ କରି ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା । ଆଜି ଏହି ମାମଲାର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶଣାଇଛନ୍ତି ।

nis-ad
Leave A Reply

Your email address will not be published.