ମେ’ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି: ସମୀର ଦାସ

ଭୁବନେଶ୍ବର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମର ପ୍ରବାହକୁ ଦୃଷ୍ଟିରେ ରଖି ଜୁନ୍ ବଦଳରେ ମେ’ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ହେଲେ ଏପର୍ଯ୍ୟନ୍ତ ଖରାଛୁଟି ପରିବର୍ତ୍ତନ କରିବାକୁ ବିଚାର କରାଯାଇନଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ସେନେଇ ବିଚାର କରାଯିବ । କିନ୍ତୁ ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତା’ଛଡ଼ା ରାଜ୍ୟରେ ବର୍ତମାନ କରୋନାର ସେଭଳି କୌଣସି ପ୍ରଭାବ ନାହିଁ । ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସମୀର ଦାଶ ।

nis-ad
Leave A Reply

Your email address will not be published.