କୋହଲା ପାଗ ଯୋଗୁଁ ରାଜ୍ୟକୁ ମିଳିଲା ସାମନ୍ୟ ତ୍ରାହି

ଭୁବନେଶ୍ୱର: କିଛି ଦିନରୁ ଅସହ୍ୟ ତାତିରେ ଛଟପଟ ହେଉଥିଲେ ସାରା ରାଜ୍ୟ । କିନ୍ତୁ ଆଜି ଏହି ବଢୁତିବା ତାତିରେ ସାମାନ୍ୟ ବ୍ରେକ ଲାଗିଛି । ଅନେକ ଜାଗାରେ ଗରମରୁ ଆଜି ସାମାନ୍ୟ ଉପଶମ ପାଇଛନ୍ତି ରାଜ୍ୟବାସୀ । ସକାଳୁ ସକାଳୁ କୋହଲା ପାଗ ଯୋଗୁଁ ଆଜି ଏହି ତାତିରୁ ମୁକ୍ତି ମିଳିଛି । ଆଜି ରାଜ୍ୟରେ କମିଛି ଅସହ୍ୟ ତାତି ।

୪୪ ଡିଗ୍ରୀ ଉପରେ ରହୁଥିବା ତାପମାତ୍ରାରେ ଆଜି ସାମାନ୍ୟ ବ୍ରେକ ଲାଗିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳୁ କୋହଲା ପାଗ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ତେବେ ଗତ କିଛି ଦିନ ଭଳି ଆଜି ବି ତାପମାତ୍ରାରେ ସବୁଠୁ ଉତ୍ତପ୍ତ ସହର ରହିଛି ସୋନପୁର । କିନ୍ତୁ ଗତକାଲି ଅପେକ୍ଷା ଏଠାରେ ତାପମାତ୍ରା ସାମାନ୍ୟ କମ ରହିଥିବା କହିଛି ପାଣିପାଗ ବିଭାଗ । ଉଭୟ ସୁନ୍ଦରଗଡ ଏବଂ ସୋନପୁରରେ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି । ଗତକାଲି ସୋନପୁରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଆଜି ଏଥିରେ ସାମାନ୍ୟ ସୁଧାର ଆସିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ମୋଟ ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁର ଏବଂ ସୁନ୍ଦରଗଡ ପରେ ଟିଟିଲାଗଡ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୨.୨ଡିଗ୍ରୀ ରେକଡ ହୋଇଛି । ସେହିପରି ଭବାନୀପାଟଣାରେ ଏହି ତାପମାତ୍ରା ୪୧.୨ଡିଗ୍ରୀରେ ପହଞ୍ଚିଥିବା ବେଳେ ବରଗଡ ଏବଂ ନୂଆପଡାରେ ୪୧ ଏବଂ ଝାରସୁଗୁଡାରେ ୪୦.୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁରରେ ୪୦.୮, ଅନୁଗୁଳରେ ୪୦.୧ ଡିଗ୍ରୀ ତାପମାତ୍ରା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ରାଜଧାନୀ ଭୁବନେଶ୍ୱରରେ ୩୬.୬ ଏବଂ କଟକରେ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ ହୋଇଛି ।

nis-ad
Leave A Reply

Your email address will not be published.