ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା: ASI ନିଲମ୍ବିତ

ରାଇରଙ୍ଗପୁର: ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି । ASI ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି ଋଷିକେଶ ଦ୍ୟନଦେଓ ଖିଲାରୀ।ସୂଚନାଅନୁସାରେ, ଗତ ଶନିବାର ଦିନ ମହୁଲଡିହା ଗାଁର କିଛି ବ୍ୟକ୍ତିଙ୍କୁ ବିଶ୍ଵନାଥ ବେହେରା ନାମକ ଜନୈକ କ୍ବାକ୍ ପଶୁ ପାଇଁ ଉଦ୍ଦିଷ୍ଟ ଇଞ୍ଜେକ୍ସନ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ କ୍ବାକ ଜଣକୁ ମହୁଲଡିହା ଥାନାରେ ଜିମା ଦେଇଥିଲେ । ତେବେ ମହୁଲଡିହା ଥାନାରେ କାର୍ଯ୍ୟରତ ଏଏସଆଇ ପବିତ୍ର ମୋହନ ରାଉତ ଏକ ରାଜିନାମା ଲେଖାଇ କ୍ବାକ୍କୁ ଛାଡି ଦେଇଥିଲେ।

ଉକ୍ତ ଘଟଣାରେ ମୟୂରଭଞ୍ଜ ଏସ୍‌ପି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ରାଇରଙ୍ଗପୁର ଏଏସପି ମନୋରଞ୍ଜନ ବିଶ୍ବାଳ ସୂଚନା ଦେଇଛନ୍ତି । ଘଟଣାରେ ସଂପୃକ୍ତ ଅଭିଯୁକ୍ତ ନକଲି ଡାକ୍ତର ଏବେ ବି ଫେରାର ରହିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.