ଦୌଡରାଣୀ ଦୂତୀ ଚାନ୍ଦଙ୍କ ପ୍ରେମରେ ଫାଟ

ଦୌଡରାଣୀ ଦୂତୀ ଚାନ୍ଦଙ୍କ ପ୍ରେମରେ ଫାଟ । ପ୍ରେମିକାଙ୍କ ସହ ମନାନ୍ତର ପରେ ନିଜ ମନର କୋହକୁ ବଖାଣିଛନ୍ତି ଦୂତୀ । ନିଜ ହ୍ୱାଟସଆପ୍ ଷ୍ଟାଟସରେ ଏପରି କିଛି ଲେଖି ନିଜ ମନର ଦୁଃଖକୁ ବଖାଣିଛନ୍ତି ଦୌଡରାଣୀ । ସେ ନିଜ ହ୍ୱାଟ୍ସଆପ ଷ୍ଟାଟସରେ ତାଙ୍କ ପ୍ରେମର ବିବାଦକୁ ସେୟାର କରିବା ସହିତ ପ୍ରେମିକାଙ୍କ ସହ ମତାନ୍ତରର ଚାଟକୁ ସେୟାର କରିଛନ୍ତି ।

ଆଉ ଦୂତୀଙ୍କ ପ୍ରେମିକା ମଧ୍ୟ ଚାଟିଂରେ କହିଛନ୍ତି ଉପହାର ସ୍ୱରୂପ ସେ ଦୂତୀଙ୍କ ପାଖରୁ ଯାହା ଗ୍ରହଣ କରିଛନ୍ତି ସେ ଫେରାଇ ଦେବେ । ଦୂତୀ ବିଭିନ୍ନ ସମୟରେ ତାଙ୍କର ପ୍ରେମକୁ ନେଇ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କର ପ୍ରେମ କାହାଣୀକୁ ନେଇ ଏକ ପତ୍ରିକାରେ ଖବର ପ୍ରକାଶ ପାଇଥିଲା ।

ହ୍ୱାଟ୍ସଆପ୍ ଷ୍ଟାଟସରେ ଦୂତୀ ଲେଖିଛନ୍ତି.

ଏମିତି ଏକ ଝିଅକୁ ଭଲ ପାଇ ବସିଲି ଯେ ତା ମନରେ ମୋ ପ୍ରତି ଖାଲି ସନ୍ଦେହ ହିଁ ସନ୍ଦେହ । ଯିଏ ଦିନେ ମୋତେ ପାଇ ଦୁନିଆର ସବୁ ସୁଖ ପାଇଯାଇଥିଲା ବୋଲି କହୁଥିଲା । ଆଜି କାଳେ ମୋତେ ଭଲ ପାଇ ବଡ ଭୁଲଟେ କରିଦେଇଛି ବୋଲି କହୁଛି । ହା ହା କାହାକୁ କ’ଣ କହିବି । ବିଧିର ବିଧାନ କେ କରିବ ଆନ । ଆମେ ସମସ୍ତେ ସମୟର ଦାସ । କେତେ ବେଳେ କଣ ହେବ କିଏ ବା କହିବ । ଜୀବନ ଆଉ ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି । ଏଠି ସମୟର ସହ ସମସ୍ତେ ଦିନେ ନା ଦିନେ ହଜିଯାଆନ୍ତି । ଲାଇଫରେ ପ୍ରତ୍ୟେକଟି ଟାଇମକୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ । କିଏ ଜାଣେ ଆମେ ଚିନ୍ତା କରୁଥିବା ଫ୍ୟୁଚର ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ପାଷ୍ଟ ହୋଇଯାଇଥିବା ।

nis-ad
Leave A Reply

Your email address will not be published.