ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି, ପ୍ରିକସନ୍ ଡୋଜ୍‌ ନେବା ଜରୁରୀ-ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କରୁଥିବାରୁ ଲୋକେ ପ୍ରିକସନ ଡୋଜ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ବାହାର ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି । ତେଣୁ ପ୍ରିକସନ ଡୋଜ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି ।

ରାଜ୍ୟରେ ସମୁଦାୟ ୬ କୋଟି ୪୮ ଲକ୍ଷ ୮୧ ହଜାର ଲୋକ କରୋନା ଟିକା ନେଇଛନ୍ତି । ୯୬ ପ୍ରତିଶତ ପ୍ରଥମ ଡୋଜ୍ ନେଇଥିବା ବେଳେ ୯୧ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି । ଏବେବି ୩ ହଜାର ଟୀକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

nis-ad
Leave A Reply

Your email address will not be published.