କଟକରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ପାଉଡର ଜବତ, ଜଣେ ଗିରଫ

କଟକ: ନକଲି ଜିନିଷର ଗନ୍ତାଘର ହେବାକୁ ବସିଲାଣି ସିଲଭର ସିଟି । ପୂର୍ବରୁ ନକଲି ଗୁଟଖା, ନକଲି ଚା, ନକଲି ମସଲା ଗୁଣ୍ଡ, ନକଲି ଘିଅ ପରେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର । କଟକ ମାଲଗୋଦାମ ନିକଟରୁ ଅଟୋରେ ଭର୍ତ୍ତି ବିପୁଳ ପରିମାଣର ଡୁପ୍ଲିକେଟ୍ ଡିଟରଜେଣ୍ଟ ଜବତ କରିଛି ପୋଲିସ । ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ଏବଂ କଞ୍ଚାମାଲ୍ ଜବତ ହୋଇଛି।

ପ୍ରାୟତଃ ୧୮ଶହ କେଜି ଖୋଲା ଓ ୧୫ଶହ ୪୦ କେଜି ପ୍ୟାକେଟ୍ ଡିଟରଜେଣ୍ଟ ଜବତ କରିଛି ମାଲଗୋଦାମ ପୋଲିସ । ବେଆଇନ ଭାବେ ଡୁପ୍ଲିକେଟ୍ ଡିଟରଜେଣ୍ଟ ମାନୁଫ୍ୟାକ୍ଚର ଓ ବିକ୍ରି ଅଭିଯୋଗରେ ଜଣେ ଅଭିଯୁକ୍ତ ଅଭିଜିତ ବେହେରା ଓରଫ ବାପିକୁ ଗିରଫ କରାଯାଇଛି । ୨ଟି ଓଜନ ମେସିନ୍, ୨ଟି ପ୍ୟାକେଟିଂ ମେସିନ ୨ଟି ଷ୍ଟିକରିଂ ମେସନି ଜବତ ହୋଇଛି । ବିପୁଳ ନକଲି ଡିଟରଜେଣ୍ଟ ନେଉଥିବା ୨ଟି ରିକ୍ସା ଅଟକ ରଖାଯାଇଛି ।

nis-ad
Leave A Reply

Your email address will not be published.