୨ କୋକେନ ମାଫିଆଙ୍କୁ ରିମାଣ୍ଡରେ ନେଲା ଏସ୍‌ଟିଏଫ୍‌

ଭୁବନେଶ୍ୱର: ରାଜଧାନୀରୁ ଗିରଫ ୨ କୋକେନ ମାଫିଆଙ୍କୁ ମଙ୍ଗଳବାର ଏସଟିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ୪ ଦିନ ରିମାଣ୍ଡରେ ନେଇଛି। ୫ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିବା ବେଳେ ଜିଲା ସେସନ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି। ଅଭିଯୁକ୍ତ ରବି ଓ ସନ୍ନି କୁମାର ରିମାଣ୍ଡରେ ଯାଇଛନ୍ତି। ସେମାନେ ରାଜଧାନୀରେ କାହା ଜରିଆରେ କୋକେନ ବିକ୍ରି କରୁଥିଲେ ?

କିଏ କିଏ ଥିଲେ ସେମାନଙ୍କ ଗ୍ରାହକ ? କୋକେନ ସିଣ୍ଡିକେଟରେ ଆଉ କିଏ ରହିଛି ? ପରଦା ପଛରେ କାହାର ହାତ ରହିଛି? ରିମାଣ୍ଡରେ ନେଇ ଏପରି ଅନେକ ପ୍ରଶ୍ନର ଉତ୍ତର ଆଦାୟ କରିବ ଏସ୍‌ଟିଏଫ୍‌।

nis-ad
Leave A Reply

Your email address will not be published.