ନଦିଆ ଦୁଷ୍କର୍ମ ଘଟଣା: ତୃତୀୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ

କୋଲକାତା: ପଶ୍ଚିମବଙ୍ଗର ନଦିଆରେ ହୋଇଥିବା ଦୁଷ୍କର୍ମ ଘଟଣାର ତୃତୀୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ସୂଚନା ଅନୁଯାୟୀ ରମଜିତ ମଲିକ ନାମକ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗିରଫ କରିଛି। ଏହାପୂର୍ବରୁ ପଶ୍ଚିମବଙ୍ଗ ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଟିଏମସି ନିୟନ୍ତ୍ରିତ ପଞ୍ଚାୟତର ସଦସ୍ୟ ସମରେନ୍ଦ୍ର ଗାୟେଲିଙ୍କ ପୁଅ ବ୍ରଜ ଗୋପାଳ ଗାୟେଲିଙ୍କୁ ଗିରଫ କରାଯାଇଥିଲା।
ପୂର୍ବରୁ ନଦିଆ ଦୁଷ୍କର୍ମ ମାମଲାର ଯାଞ୍ଚ କରୁଥିଲା ପଶ୍ଚିମବଙ୍ଗ ପୁଲିସ। କିନ୍ତୁ ପରେ କଲିକତା ହାଇକୋର୍ଟ ଏହି ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦେଇଥିଲେ। ଜୋର ଦିଆଯାଇଥିଲା ଯେ ଏହି ମାମଲାରେ ପଶ୍ଚିମବଙ୍ଗ ପୁଲିସ ଅନେକ ଆବଶ୍ୟକୀୟ ପ୍ରମାଣ ସଂଗ୍ରହ କରୁନାହିଁ। ଏହା ସହ ପୀଡ଼ିତାଙ୍କ ଘରୁ ପୁଲିସ ଦ୍ୱାରା ରକ୍ତ ଜୁଡୁବୁଡୁ ବେଡସିଟ୍ ଜବତ କରାଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ପୀଡିତାର ଶେଷ ରୀତିନୀତି ମଧ୍ୟ ଶୀଘ୍ର କରାଯାଇଥିଲା, ଯେଉଁଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ ହୋଇଯାଇଥିବା ନେଇ ଅଭିଯୋଗ ହେବାରୁ ଯାଞ୍ଚ ଦାୟିତ୍ବ ସିବିଆଇ ହାତକୁ ଚାଲିଯାଇଥିଲା।
ଏହା ପୂର୍ବରୁ ନଦିଆ ଦୁଷ୍କର୍ମ ଘଟଣାକୁ ନେଇ ବିବାଦୀୟ ବୟାନ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଥିଲେ, ଦୁଷ୍କର୍ମ ପାଇଁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ସେମାନେ କାହାଣୀ ଶୁଣାଉଛନ୍ତି। ଆପଣମାନେ ଏହାକୁ ଦୁଷ୍କର୍ମ କହିବେ କି? ସେ ମୃତ୍ୟୁ ପୂର୍ବରୁ ଗର୍ଭବତୀ ଥିଲେ କି? ତାଙ୍କର କାହା ସହ ପ୍ରେମ ସଂପର୍କ ଥିଲା କି? ଏବିଷୟରେ କେହି ଯାଞ୍ଚ କରିଛନ୍ତି ନାଁ ନାହିଁ। ମୁଁ ଶୁଣିବାକୁ ପାଇଛି ଯେ, ପୀଡ଼ିତାର କାହା ସହ ପ୍ରେମ ସଂପର୍କ ଥିଲା। ଏବେ ଘଟଣା ପରେ ମୁଁ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଛି। ନାବାଳିକାର ପ୍ରେମ ସମ୍ପର୍କ ଥିଲା ଏବଂ ପରିବାର ଏବିଷୟରେ ଜାଣିଥିଲେ। ଯଦି ପ୍ରେମୀଯୁଗଳ ସଂପର୍କରେ ଅଛନ୍ତି, ତେବେ ମୁଁ ସେମାନଙ୍କୁ ରୋକିପାରିବି ନାହିଁ? ଏହା ୟୁପି ନୁହେଁ, ଆମେ ଏଠାରେ ଲଭ୍ ଜିହାଦ୍ କରୁନାହୁଁ। ଏହା ହେଉଛି ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା।

nis-ad
1 Comment
  1. Nisarta News says

    Plz subscribe nisarta

Leave A Reply

Your email address will not be published.