ବ୍ରହ୍ମପୁର : ରାଜନୈତିକ ଇଚ୍ଛଶକ୍ତିର ଅଭାବ ରୁ ଅଭାବନୀୟ ପରିସ୍ଥିତି ରେ ବନ୍ଧା ପଡ଼ିଛି ଗଞ୍ଜାମ କଳା ପରିଷଦ ର ଭାଗ୍ୟ ଓ ଭବିଷ୍ୟତ। ଭାଷା ସାହିତ୍ୟ ସଂସ୍କୃତି କଳା ବନ୍ଦନା ଗାନ କରି ଓଡ଼ିଶା କାହିଁକି ସାରା ଭାରତ ବର୍ଷ ରେ ସୁନାମ ଅର୍ଜନ କରିଥିବା ବ୍ରହ୍ମପୁର ସହର ପ୍ରାଣ କେନ୍ଦ୍ର ର ପବିତ୍ର ପୀଠ ଉତ୍କଳ ଆଶ୍ରମ ଓ ଗଞ୍ଜାମ କଳା ପରିଷଦ। ଗତକାଲି ୬୫ ବର୍ଷ ବୟସରେ ପାଦ ଥାପି ଥିବା ଏହି ଓଡ଼ିଶା ର କଳା ଓ ସଂସ୍କୃତିର ବୈଭବ ସଂପନ୍ନ ଭରା ସାଂସ୍କୃତିକ ପ୍ରାଣ କେନ୍ଦ୍ର ଆଜି ଭାଗ୍ୟ ଆଦରି ପଡ଼ିଛି। ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ପୂଜାରୀ କଳା ଓ ସଂସ୍କୃତି ପ୍ରାଣ ବସନ୍ତ କୁମାର ପାଣିଗ୍ରାହୀ ଙ୍କ ଉଦ୍ୟମ ରୁ ପାଞ୍ଚ କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର କରିଥିଲେ ସରକାର। ଏହି ଅନୁଷ୍ଠାନ ପରିସର ରେ ଚଳ ଚଞ୍ଚଳ ମଣିଷ ବସନ୍ତ କୁମାର ପାଣିଗ୍ରାହୀ ଙ୍କ ସ୍ବପ୍ନ ଥିଲା ଗଞ୍ଜାମ କଳା ପରିଷଦ ର କଳେବର ରୂପ ଦେଖିବା ପାଇଁ କିନ୍ତୁ ତାଙ୍କ ସ୍ବପ୍ନ ପୂରଣ ହେଲା ନାହିଁ। ସାତ ବର୍ଷ ବିତିଯାଇଥିଲେ ମଧ୍ୟ ପାଞ୍ଚ କୋଟି ଟଙ୍କାର ଏହି କୋଠା ନବ ନିର୍ମାଣ ଗଞ୍ଜାମ କଳା ପରିଷଦ ର ଦୁଆର ଖୋଲିବା ପାଇଁ ଅନେକ ଅସମହିତ ପ୍ରଶ୍ନ ?କଳା ଓ ସଂସ୍କୃତି ପ୍ରେମୀ ସହର ବାସୀ ଙ୍କ ସହିତ ଯେଉଁ ଢଙ୍ଗ ରେ ଛଳନା କରି ଗତ ଡ଼ିସେମ୍ବର ୧୨ ମାସ ରେ ରାତି ରେ ଗଞ୍ଜାମ କଳା ପରିଷଦ ଉଦ୍ଘାଟନ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା କରାଗଲା ଅତ୍ୟନ୍ତ ହାସ୍ୟାସ୍ପଦ। ଏତେ ବଡ଼ ଅନୁଷ୍ଠାନ ପରିସର ଫଳକ ରାଜନୀତି ର ଚକ୍ରବ୍ୟୁହ ରୁ ଶେଷରେ ବା ଦ ପଡିଲାନି ଓ ମୁକ ସାକ୍ଷୀ ହୋଇ ରହିଗଲା ଗଞ୍ଜାମ କଳା ପରିଷଦ। ବହୁ କଳାକାର ଙ୍କ ସାଧନା ଓ ତପସ୍ୟା କୁ ସ୍ମରଣୀୟ କରିଥିବା ଏକ ଓଡ଼ିଆ ଭାଷା ଓ ସଂସ୍କୃତି ର ମନ୍ଦିର ଗଞ୍ଜାମ କଳା ପରିଷଦ। ଐତିହ୍ୟ ପରମ୍ପରା ସଂସ୍କୃତି କୁ ରୁଦ୍ଧିମନ୍ତ କରିବା ପାଇଁ ଯେଉଁ ଅନୁଷ୍ଠାନର ଯୋଗଦାନ ସେ ଆଜି ଅବହେଳା ଶିକାର ଓ ତା ସହ ଛଳନା କାହିଁକି ଅନୁଶୀଳନ କରିବାର ଆବଶ୍ୟକ ରହିଛି। ଗତ କାଲି ଏହି ଅନୁଷ୍ଠାନ ପରିସର ରେ ପ୍ରାଙ୍ଗଣ ରେ ୬୫ ତମ ବାର୍ଷିକ ଉତ୍ସବରେ ଅନେକ ଆଲୋଚନା ହେଲା । ବ୍ରହ୍ମପୁର ସହର ରେ ଜନ ପ୍ରତିନିଧି ମାନେ ନୀରବ ଦ୍ରଷ୍ଟା ଓ ଅ ସହାୟ କଳା ଓ ସଂସ୍କୃତି ପ୍ରେମୀ। କୋଟି କୋଟି ଓଡିଆଙ୍କ ପାଇଁ ଯେଉଁ ଅନୁଷ୍ଠାନ ଗର୍ବ ଓ ଗୌରବର କଥା କହି ସ୍ୱର୍ଣୀମ ସ୍ୱାକ୍ଷର ବହନ କରି ଆସିଛି ତାର ବି ଦୁଃଖ ଭରା କାହାଣୀ ରହିଛି ଏ କଥା ଶୁଣି ମର୍ମାହତ ଯେ କେହି ହେବ। ପରିଷଦ ପକ୍ଷରୁ କର୍ମ କର୍ତ୍ତା ଏକ ରୁ ଅନେକ ବୈଠକ କରି ତୁରନ୍ତ ଏକ ପୂର୍ଣ୍ଣାଙ୍ଗ ନବକଳେବର ରୂପ ଓ ସମ୍ପୂର୍ଣ୍ଣ ବ୍ୟବସ୍ଥା ପ୍ରତି ସମ୍ମାନ ଜଣାଇ ଗଞ୍ଜାମ କଳା ପରିଷଦ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଛନ୍ତି କିନ୍ତୁ ଆଜି ଏମାନଙ୍କ ସ୍ଵର କୁ ସମ୍ମାନ ଜଣାଇ ମାନବିକତା ଦୃଷ୍ଟି ରୁ କାମ ସମ୍ପୂର୍ଣ୍ଣ ନ କରିବା ନିହାତି ଦୁର୍ଭାଗ୍ୟ ଜନକ ବିଷୟ। ବର୍ତ୍ତମାନ ଗଞ୍ଜାମ କଳା ପରିଷଦ ହସ୍ତାନ୍ତର ନ କରି ତରବରିଆ ଭାବେ ରାତି ଅଧ ରେ ଉଦ୍ଘାଟନ ପ୍ରହସନ କାହିଁକି ବୋଲି ସଂସ୍କୃତି ଓ କଳା ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି। ବହୁ ସମ୍ମାନ ସହ ଯୋଡି ହୋଇଥିବା ଗଞ୍ଜାମ କଳା ପରିଷଦ ରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଓଡ଼ିଶୀ ସଙ୍ଗୀତ ଶିକ୍ଷା ଓ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବା ସହ ଅନେକ କାଳ ସଂସ୍କୃତି ପ୍ରେମୀଙ୍କ ପାଇଁ ସାଧନା ମନ୍ଦିର ଗଞ୍ଜାମ କଳା ପରିଷଦ କିନ୍ତୁ ଆଜି ନିଜ ଭାଗ୍ୟ ଆଦରି ପଡ଼ି ରହିଛି ଏହା ହିଁ ବିଡମ୍ବନା। କେତେ ସ୍ମୃତି ସାଇତି ରଖି ଆସିଥିବା ଏହି ଅନୁଷ୍ଠାନ ଭାଗ୍ୟ କେବେ ଫିଟି ଦୁଆର ଖୋଲିବ ସମୟ ହିଁ ନିର୍ଣ୍ଣୟ କରିବ।
Sign in
Sign in
Recover your password.
A password will be e-mailed to you.