ବ୍ରହ୍ମପୁର : ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସାହିତ୍ୟ ସାରସ୍ଵତ ସମାବେଶ ବେଦନା କାହାଣୀ ପରି ଚିର ସ୍ମରଣୀୟ ହୋଇ ରହିବ। ଆଜି ସାରା ଗଞ୍ଜାମ ଜିଲ୍ଲାର ପ୍ରାୟ ଶହେ କବି ଙ୍କ ପାଇଁ ସାହିତ୍ୟ ଉତ୍ସବ ଆୟୋଜନ କରିଥିଲା କଳିଙ୍ଗ ସାହିତ୍ୟ ସମାଜ। ଓଡିଶା ସାହିତ୍ୟ
ଏକାଦେମି ର ସଭାପତି ଯୋଗ ଦେଲେ। ରାଜଧାନୀ ଭୁବନେଶ୍ବର କିମ୍ବା ଅନ୍ୟ ସହର ରେ ଏକ ସ୍ବାସ୍ଥ୍ୟ ଅନୁକୂଳ ବାତାବରଣ ମଧ୍ୟରେ ସାହିତ୍ୟ ଏକାଡେମୀ ଦ୍ଵାରା ଆୟୋଜିତ ହୁଏ କାର୍ଯ୍ୟ କ୍ରମ ଗୁଡ଼ିକ। ଆଜି ବ୍ରହ୍ମପୁର ସହରରେ କିନ୍ତୁ ବ୍ୟତିକ୍ରମ। ବ୍ୟତିକ୍ରମ ଥିଲା ଯେ ସହର ନିଆଁ ବର୍ଷା ହେଇଥିବା ବେଳେ ଉତ୍କଳ ଆଶ୍ରମ ପ୍ରାଙ୍ଗଣ ରେ ଦିନ ଏଗାର ଟା ରୁ ଆଲୋଚନା ଚକ୍ର ଅନୁଷ୍ଠିତ ହେଲା ଏବଂ ପ୍ରାୟ ଅଶିଏ ଜଣ କବି ନିଜ ନିଜ କବିତା ପାଠ କରିବା ପାଇଁ ନିର୍ଦ୍ଧୁମ ଖରାବେଳେ ଟେଣ୍ଟ ତଳେ ବସିଥିଲେ। ସଭାପତି ଙ୍କ ଆସିବା ବିଳମ୍ବ କାରଣରୁ ବହୁ ବିଳମ୍ବ ହେଲା ଆଲୋଚନା ଚକ୍ର ଉଦ୍ଘାଟନ ପାଇଁ କିନ୍ତୁ ବିଳମ୍ବରେ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବିପିନ୍ ନାୟକ ଙ୍କ ବକ୍ତବ୍ୟ ଆହୁରି ପରିବେଶ କୁ ଗରମ କରି ଦେଇଥିଲା।ଓଡ଼ିଶା ସାହିତ୍ୟ ଆକାଡେମୀ ଓ କଳିଙ୍ଗ ସାହିତ୍ୟ ସମାଜ ସହଯୋଗରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାରସ୍ୱତ ସମାବେଶ ବ୍ରହ୍ମପୁର ଉତ୍କଳ ଆଶ୍ରମ ପ୍ରାଙ୍ଗଣରେ ଅନୁଷ୍ଠିତ ସଭା ସାହିତ୍ୟ ଆକାଡେମୀ ସଭାପତି ଡ଼: ହୃଷିକେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀ ବିପିନ ନାୟକ “ଓଡ଼ିଆ ସାହିତ୍ୟର ବିକାଶରେ ଗଞ୍ଜାମର ଅବଦାନ” ଆଲୋଚନାରେ ଭାଗନେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ତାଙ୍କ ସାହିତ୍ୟ କୃତି ସମ୍ବନ୍ଧରେ ଦେଇଥିବା ବକ୍ତବ୍ୟକୁ ନେଇ ଗଞାମ ଜିଲ୍ଲାର ସାହିତ୍ୟିକ ମହଲରେ କ୍ଷୋଭ ପ୍ରକାଶ ପାଇଛି। ସାରଳା ଦାସଙ୍କ କୃତିରେ ଥିବା ସରଳ ଅଭିବ୍ୟକ୍ତି ଓ ଜଗନ୍ନାଥ ଦାସଙ୍କ ଅନବଦ୍ୟ ଲୋକାଦୃତ ସୃଷ୍ଟି ଭାଗବତର ସାବଲୀଳତା ସାଧାରଣ ଜନ ଜୀବନରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିବା ବେଳେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଆଳଙ୍କାରିକ ଶବ୍ଦ ଭଣ୍ଡାର ଓ ଗାମ୍ଭୀର୍ଯ୍ୟ ଅଭିବ୍ୟକ୍ତି ଓଡ଼ିଆ ସାହିତ୍ୟର ସରଳ ଭାବଧାରାକୁ କିଛି ବର୍ଷ ପାଇଁ ପ୍ରତିରୋଧ କରି ଦେଇଥିଲା, ଯାହା ଗ୍ରହଣଯୋଗ୍ୟ ନଥିଲା ଏବଂ ଏହାକୁ ନେଇ ଏକ ବିତର୍କ ସୃଷ୍ଟି ହୋଇଥିଲା ଉପସ୍ଥିତ ସାହିତ୍ୟିକଙ୍କ ମାନସ ପଟରେ। ଅପରପକ୍ଷରେ ଆଜି ଯଦି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ତାହାର ମୂଳମନ୍ତ୍ର କବିସୂର୍ଯ୍ୟ କବିସମ୍ରାଟ ଆଦିଙ୍କ ସାହିତ୍ୟ ଭାବଧାରା। ଅଧିକନ୍ତୁ କୁହାଯାଇପାରେ ଯେ ଯେଉଁମାନେ ଭଞ୍ଜ କବିସୂର୍ଯ୍ୟଙ୍କ ସାହିତ୍ୟକୃତକୁ ଗୌଣଭାବରେ ଧରି ନେଉଛନ୍ତି, ହୁଏତ ସେହି ପ୍ରେକ୍ଷାପଟ ମଧ୍ୟରେ ସେମାନଙ୍କ ପ୍ରକୃଷ୍ଟ ପ୍ରବେଶ ନଥାଇପାରେ ବୋଲି ଉପସ୍ଥିତ କବି୍ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସାହିତ୍ୟ ଆକାଡେମୀ ସଭାପତି ତାଙ୍କ ସଭାପତିତ୍ୱ ଭାଷଣରେ କବି ବିପିନ ନାୟକଙ୍କ ଉକ୍ତିକୁ ଖଣ୍ଡନ କରି କହିଥିଲେ ନାଚ ନ ଜାଣି ଅଗଣା ର ଦୋଷ କି ବୋଲି କହିଥିଲେ। ଭଞ୍ଜ, ସାରଳା ଦାସ ଓ ଜଗନ୍ନାଥ ଦାସ ସେମାନଙ୍କ କାବ୍ୟକୃତିର ସରଳ ଅଭିବ୍ୟକ୍ତିକୁ ପ୍ରତିରୋଧ ନକରି ବରଂ ସମାଜର ବିଭିନ୍ନ ପାଠକବର୍ଗଙ୍କ ପାଇଁ ଭିନ୍ନ ଭିନ୍ନ ଭାବଧାରାକୁ ଉପଯୁକ୍ତ ଶବ୍ଦ ସଂଯୋଜନା ମାଧ୍ୟମରେ ପ୍ରକାଶ କରିଥିଲେ। ଯାହା ଫଳରେ ଓଡ଼ିଆ ସାହିତ୍ୟର ବ୍ୟାପକ ପ୍ରସାର ପ୍ରଚାର ହୋଇଥିଲା ଯାହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ପରବର୍ତ୍ତୀ ସମୟରେ ସହାୟକ ହୋଇ ପାରିଥିଲା। କବି ବିପିନ୍ ନାୟକ ଜଣେ ଭଲ କବି ହୋଇ ପାରନ୍ତି କିନ୍ତୁ ତାଙ୍କ ବକ୍ତବ୍ୟ ଅପରିପକ୍ଵ ଓ ଅରୁଚି କର ବୋଲି ବ୍ରହ୍ମପୁର ସହରରେ ତଥା ଗଞ୍ଜାମ ଜିଲ୍ଲାର ସାହିତ୍ୟ ପ୍ରେମୀ ମାନେ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ କୁ ଗଞ୍ଜାମ ଜିଲ୍ଲାର ଅବଦାନ ସମ୍ପର୍କ ରେ ଅନ୍ୟତମ ଅତିଥି ଶ୍ରୀମତୀ ଉତ୍ତମା ଜେନା ଡ ବିଦ୍ୟୁତ୍ ପ୍ରଭା ସାହୁ ଡ ହୃଷିକଶ ପଣ୍ଡା ଡ ଲମ୍ବୋଦର ପାଣିଗ୍ରାହୀ ଡ ବନମାଳୀ ପାଣିଗ୍ରାହୀ ଙ୍କ ସମେତ ସିଦ୍ଧାର୍ଥ ପାଢ଼ୀ ଶରତ କୁମାର ଜେନା ଯୋଗଦାନ କରିଥିଲେ।
ଅପରାହ୍ନ ରେ କବିତା ଆସର ରେ କୁଳମଣି ଓଝା ପ୍ରମୁଖ ଯୋଗ ଦେଇ ଥିଲେ
ଓଡ଼ିଆ ଭାଷା ସାହିତ୍ୟ ପ୍ରେମୀ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ସୁଶାନ୍ତ ଦାସ, ଡ ସୁଶାନ୍ତ ଜେନା ଡ ସୁରେଶ ପଣ୍ଡା ମିହିର ତ୍ରିପାଠୀ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ସ୍ୱାଗତ ଭାଷଣ ପ୍ରଦାନ କରି ଥିଲେ ଶରତ ଜେନା ଅତିଥି ପରିଚୟ ଓ କଳିଙ୍ଗ ସାହିତ୍ୟ ସମାଜ ର ସମ୍ପାଦକ ଡ ସିଦ୍ଧାର୍ଥ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କବିତା ସଂଯୋଜନା ରେ ପଦ୍ମିନୀ ମିଶ୍ର ଓ ସୁଧୀର ପଣ୍ଡା ସହଯୋଗ କରିଥିଲେ। ଦୀନବନ୍ଧୁ ଶ୍ରୀ ପଲ୍ଲବ ପତିତ ପ୍ରମୁଖ ସହଯୋଗ କରି ଥିଲେ