ଇସଲାମାବାଦ: ଚର୍ଚ୍ଚାରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ। ଇମ୍ରାନ ଖାନ ଅନାସ୍ଥା ଭୋଟରେ ହାରିବା ପରେ ଶାହବାଜ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ରଙ୍ଗୀନ ବ୍ୟକ୍ତିଗତ ଜୀବନକୁ ନେଇ ତଥ୍ୟ ସାମ୍ନାକୁ ଆସିଛି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୩ ଜଣ ପତ୍ନୀ ଥିବା ବେଳେ ଶାହବାଜଙ୍କ ପତ୍ନୀଙ୍କ ସଂଖ୍ୟା ୫। ଶାହବାଜ ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ପ୍ରେମରେ ଏତେ ହଜି ଯାଇଥିଲେ ଯେ ତାଙ୍କ ପାଇଁ ଗୋଟିଏ ବ୍ରିଜ୍ ମଧ୍ୟ ତିଆରି କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶାହବାଜଙ୍କ ୫ ଜଣ ପତ୍ନୀ ଥିଲେ ମଧ୍ୟ ଶରିଫ ପରିବାର କେବଳ ତାଙ୍କର ବାହାଘର ବେଗମ ନୁସରତ ଶାହବାଜ ଓ ତେହମୀନା ଦୁରାନିଙ୍କ ସହ ହୋଇଥିବା ଖବର ରଖିଛି। ବାକି ୩ ଜଣଙ୍କୁ ଶାହବାଜ ବିବାହ କରି ନଥିଲେ ମଧ୍ୟ ସମସ୍ତଙ୍କ ସହ ସମ୍ପର୍କ ରଖିଥିଲେ। ଶାହବାଜଙ୍କ ୨ ପୁଅ ଓ ୪ ଝିଅ ଅଛନ୍ତି।
୧-ବେଗମ ନୁସରତ ଶାହବାଜ- ୧୯୩୭ରେ ଶାହବାଜ ଶରିଫ ତାଙ୍କ ସମ୍ପର୍କୀୟ ଭଉଣୀ ବେଗମ ନୁସରତ ଶାହବାଜଙ୍କୁ ବିବାହ କରିଥିଲେ। ନୁସରତ ହେଉଛନ୍ତି ଶାହବାଜଙ୍କ ପ୍ରଥମ ପତ୍ନୀ ଓ ସେମାନଙ୍କର ୪ ଜଣ ସନ୍ତାନ ରହିଛନ୍ତି।
୨-ଆଲିୟା ହନୀ-୧୯୯୩ରେ ଶାହବାଜ ମଡେଲ ଆଲିୟା ହନୀଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ହିଁ ତାଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ଆଲିୟା ଓ ଶାହବାଜଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା। ଆଲିୟାଙ୍କ ପ୍ରେମରେ ପଡ଼ି ଶାହାବାଜ cavalry bridge ମଧ୍ୟ ତିଆରି କରିଥିଲେ। ଆଲିୟାଙ୍କ ଘରକୁ ଯିବା ପାଇଁ ଶାହବାଜ ସମସ୍ୟାରେ ପଡ଼ୁଥିବାରୁ ଏପରି ଏକ ବ୍ରିଜ୍ ତିଆରି କରିଥିଲେ। ଏହି ବ୍ରିଜର ନାଁ ଆଲିୟାଙ୍କ ସ୍ମୃତି ପାଇଁ ହନୀ ବ୍ରିଜ୍ ରଖାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ସାଉଦି ଆରବରେ ନିର୍ବାସିତ ଜୀବନ ବିତାଉଥିବା ବେଳେ ହିଁ ଶାହବାଜ ଓ ଆଲିୟାଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା। ତଲାକର କିଛି ମାସ ପରେ ସନ୍ଦେହଜନକ ଭାବେ ଆଲିୟାଙ୍କ ମୃତ୍ୟୁ ଘଟିଥିଲା। ଉଭୟଙ୍କର ଗୋଟିଏ ଝିଅ ରହିଛନ୍ତି।
୩-ନିଲୋଫର ଖୋସା- ଆଲିୟା ହନୀଙ୍କ ସହ ସମ୍ପର୍କ ରଖିଥିବା ବେଳେ ଅର୍ଥାତ ୧୯୯୩ରେ ଶାହବାଜ ଶରିଫ ନିଲୋଫର ଖୋସାଙ୍କୁ ମଧ୍ୟ ବିବାହ କରିଥିଲେ। ତେବେ ନିଲୋଫରଙ୍କ ସହ ମଧ୍ୟ ଶାହବାଜଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରି ନଥିଲା।
୪-ତେହମୀନା ଦୁରାନି- ପାକିସ୍ତାନର ଜଣେ ପ୍ରଖ୍ୟାତ ଲେଖକ, ସାମାଜିକ କର୍ମୀ ଓ କଳାକାର ଭାବେ ତେହମୀନା ଦୁରାନି ବେଶ ପରିଚିତ। ଉଭୟ ୨୦୦୩ରେ ଶରିଫ ପରିବାରବର୍ଗଙ୍କ ଅନୁମତି କ୍ରମେ ବିବାହ କରିଥିଲେ। ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ବେଶ କିଛି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା।
୫-କାଲସୋମ ହାୟା- ଶାହବାଜ ଶରିଫଙ୍କ ୫ମ ପତ୍ନୀ ହେଉଛନ୍ତି କାଲସୋମ ହାୟା। ୨୦୧୨ରେ ଉଭୟ ବିବାହ କରିଥିଲେ ମଧ୍ୟ ସେମାନଙ୍କ ବିଚ୍ଛେଦ ହୋଇସାରିଛି। କାହାକୁ କିଛି ନ ଜଣାଇ ଶାହବାଜ ଗୁପ୍ତ ଭାବେ କାଲସୋମଙ୍କୁ ବିବାହ କରିଥିଲେ। ଉଭୟ ବେଶ କିଛି ବର୍ଷ ଧରି ଏକାଠି ରହିଥିଲେ। ହେଲେ ଏକଥାକୁ ଶରିଫ କିମ୍ବା କାଲସୋମ କେବେ ହେଲେ ସ୍ୱୀକାର କରିନାହାନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post