ମାରିୟୁପୁଲକୁ ଦଖଲ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ୬ ସପ୍ତାହ ବିତିଲାଣି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମୁନଥିବା ବଳେ ରୁଷ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ଘମାଘୋଟ୍‌ ଯୁଦ୍ଧ ମଧ୍ୟରେ ବନ୍ଦର ସହର ମାରିୟୁପୁଲକୁ ଦଖଲ କରିନେଇଛି ରୁଷ। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରି ଚାଳିଥିବା ରୁଷ ସେନା ପାଇଁ ମାରିପୁଲ ବଡ଼ ଚାଲେଞ୍ଜ ଥିଲା। ୟୁକ୍ରେନ ସେନା ମଧ୍ୟ ମୁହଁତୋଡ଼ ଜବାବ ଦେଇ ଶେସରେ ପରାସ୍ତ ହୋଇଛି।
ଲଢ଼େଇ କରି ଥକି ଯିବା ପରେ ଆତ୍ମସମର୍ପଣ କରିଛି ୟୁକ୍ରେନ୍‌ ସେନା। ମସ୍କୋ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ରୁଷ ପ୍ରତିରକ୍ଷାମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୧୦୨୬ ଜଣ ୟୁକ୍ରେନ ସୈନ୍ୟ ସେମାନଙ୍କ ଅସ୍ତ୍ର ଶସ୍ତ୍ର ସହ ଆତ୍ସସମର୍ପଣ କରିଛନ୍ତି। ଏହି ସୈନ୍ୟଙ୍କ ମଧ୍ୟରେ ୧୬୨ ଜଣ ସେନାଅଧିକାରୀ ଅଛନ୍ତି। ତେବେ ଆତ୍ମସମର୍ପଣ ବିଷୟରେ ୟୁକ୍ରେନ୍ ପ୍ରତିରକ୍ଷାମନ୍ତ୍ରଣାଳୟ ପାଖରେ ଖବର ନଥିବା କୁହାଯାଇଛି। ମାରିୟୁପୁଲ ମେୟର କହିଛନ୍ତି ଯେ, ଏବେ ବି ଲକ୍ଷେରୁ ଅଧିକ ଲୋକ ଯୁଦ୍ଧଗସ୍ତ ସହରେ ଫସି ରହିଛନ୍ତି।
ସେମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ ପାରି ନାହିଁ। ରୁଷର ଆକ୍ରମଣ ଯୋଗୁ ସହରର ୨୧,୦୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଇଷ୍ଟୋନିଆ ସଂସଦକୁ ଉଦବୋଧନ ଦେଇ କହିଛନ୍ତି ଯେ, ରୁଷ ୟୁକ୍ରେନ୍‌ ଉପରେ ଫସ୍‌ଫରସ୍‌ ବୋମା ନିକ୍ଷେପ କରୁଛି।
ସାଧାରଣ ଲୋକଙ୍କୁ ହତ୍ୟା କରି ମସ୍କୋ ଆତଙ୍କବାଦ କାର୍ଯ୍ୟକଳାପ ଚଳାଇଛି। ଅନ୍ୟପଟେ ରୁଷ ରାଷ୍ଟପ୍ରତି ଭ୍ଲାଡିମିରି ପୁଟିନ୍‌ ସର୍ବସାଧାରଣକୁ ସମ୍ବୋଧନ କରି କହିଛନ୍ତି ଯେ, ଏକ ବିଶେଷ କାରଣ ପାଇଁ ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯାଇଛି। ସେହିପରି ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସେପଟେ ପ୍ରଥମଥର ପାଇଁ ୟୁକ୍ରେନ୍‌ ଗଣହତ୍ୟା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ ସେନାକୁ ଦାୟୀ କରିଛନ୍ତି। ବାଇଡେନ୍‌ କହିଛନ୍ତି ଯେ, ହଁ ମୁଏହାକୁ ଗଣହତ୍ୟା ବୋଲି କହୁଛି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ର ଉତ୍ତରପୂର୍ବ ଖାରକିଭ୍‌ରେ ରୁଷର ଆକ୍ରମଣ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା ବଳେ ୨୪ ଜଣ ଆହତ ହୋଇଛନ୍ତି।

nis-ad
Leave A Reply

Your email address will not be published.