ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ରାଉରକେଲା ଶାଖାର ଗୁରୁତ୍ବପୂର୍ଣ୍ଣ ବୈଠକ…

ରାଉରକେଲା :- ଆଗାମି ଅପ୍ରିଲ ୨୯ ଓ ୩୦ ଦୁଇ ଦିନ ଧରି ଭୁବନେଶ୍ବର ନିକଟସ୍ଥ ଆମ୍ରପାଲ୍ଲୀ ରିସର୍ଟ ଠାରେ ହେବାକୁ ଥିବା ନ୍ୟାସନାଲ ଏକ୍ସକୁଟିଭ ମିଟ୍ ପରିପେକ୍ଷୀରେ ରାଉରକେଲା ଓ ସୁନ୍ଦରଗଡ କର୍ମଜୀବୀ ସାମ୍ବାଦିକ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ହନୁମାନ ବାଟିକା ଠାରେ ଆୟୋଜିତ ହୋଇଯାଇଛି । ଆୟୋଜିତ ବୈଠକରେ ରାଉରକେଲା ଓ ସୁନ୍ଦରଗଡ଼ ଶାଖା ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ସଦସ୍ୟ ମାନଙ୍କୁ ସ୍ବାଗତ କରି ଆଗାମି ନ୍ୟାସନାଲ ମିଟ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସଂଘର ଉପସଭାପତି ଅଶୋକ କୁମାର ପାତ୍ର, ସରୋଜ କୁମାର ବେହେରା ଓ ସଂପାଦକ ଦେବହରି ଲେଙ୍କା ଆଗାମି ଦିନର କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ନିଜ ନିଜର ମତ ରଖିଥିଲେ । ବୈଠକରେ ନୂତନ ସଦସ୍ୟ ଗ୍ରହଣ, ଲୋକଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ପହଂଚାଇବା ଓ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ନିଳଗିରୀର ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣା ସାମ୍ବାଦିକଙ୍କ ପ୍ରତି ଏକ ଅବିବେକି ଘଠଣା ଏବଂ ସଂଘ ଏହାର ଦୃଢ ନିନ୍ଦା କରୁଛି ବୋଲି ମତ ପ୍ରକାଶ ପାଇଥିଲା । ବୈଠକରେ ବସନ୍ତ କୁମାର ଜେନା ଓ ଦିନେଶ ମିଶଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । ଶେଷରେ ସଂଘର ଯୁଗ୍ମ-ସଂପାଦକ ରାଜେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.