କାର୍ଯ୍ୟରତ ସାମ୍ବାଦିକଙ୍କୁ ଗିରଫ ସହ ଗୋଡରେ ବେଡି ପ୍ରତିବାଦରେ ମାଲକାନଗିରି ଜିଲ୍ଲା ସାମ୍ବାଦିକ ଫୋର୍ମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଏସ.ପିଙ୍କୁ ଦାବିପତ୍ର ପ୍ରଦାନ…

ମାଲକାନଗିରି : ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଆଇ.ଆଇ.ସିଙ୍କ ବର୍ବରଚିତ କାଣ୍ଡକୁ ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ଫୋର୍ମ ତରଫରୁ ଆଜି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଏସ.ପିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲା ନିଳଗିରି ଆଇ.ଆଇ.ସି ଜଣେ କର୍ତବ୍ୟରତ ସାମ୍ବାଦିକ ଲୋକ ନାଥ ଦଳେଇ ସେହି ସ୍ଥାନର ଜଣେ ହୋମ୍‌ଗାର୍ଡଙ୍କ ମିଥ୍ୟା ଲିଖିତ ଅଭିଯୋଗକୁ ଭିତି କରି ଶ୍ରୀ ଦଳେଇଙ୍କୁ ଗିରଫ କରିବା ସହ ଥାନାରେ ନିର୍ଯ୍ୟାତନା ଦେଇଥିଲେ ଯାହା ଫଳରେ ଶ୍ରୀ ଦଳେଇ ଗୁରୁତ ହୋଇଯାଇଥବାରୁ ତାଙ୍କୁ ନିଳଗିରି ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ପୋଲିସ ପଠାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଶ୍ରୀ ଦଳେଇଙ୍କ ଗୋଡରେ ଶିଙ୍କୁଳି ଏବଂ ବେଡି ପକାଇ ସମସ୍ତ ନିୟମ କାନୁନ୍‌କୁ ପୋଲିସ ଆଖି ବୁଜି ଦେଇଥିଲା । ସଂପୃକ୍ତ ଆଇ.ଆଇ.ସିଙ୍କୁ ତୁରନ୍ତ ଗିରଫ କରାଯିବା ସହ ଶ୍ରୀ ଦଳେଇଙ୍କ ନାମରେ ଥିବା ମିଥ୍ୟା ମକଦମାକୁ ପ୍ରତ୍ୟୋହାର ଏବଂ ସମ୍ପୁକ୍ତ ଆଇ.ଆଇ.ସିଙ୍କ ସ୍ତାବର ଅସ୍ତାବର ସମ୍ପତି ଦୁର୍ନିତି ନିବାରଣ ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରାଯାଇଛି । ଆଜି ଉତ୍କଳ ସାମ୍ବାଦିକ ସଂଘ ଓ ମାଲକାନଗିରି ସାମ୍ବାଦିକ ସଂଘର ୧୦୦ ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ମାନେ କଳା ବ୍ୟାଚ ପରିଧ୍ୟାନ କରି ଏସ.ପି ଏବଂ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷୋବ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ସାରା ରାଜ୍ୟରେ ସମସ୍ତ ଗଣମାଧ୍ୟମ ସଂଘଠନ ଗୁଡିକ ଏକ ହୋଇ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବେ । ଏଥିରେ ମାଲକାନଗିରି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ସାମିଲ୍ ହେବେ ବୋଲି ମାଲକାନଗିରି ସାମ୍ବାଦିକ ସଂଘର ସଭାପତି ଦେବ ପ୍ରସାଦ ଦାସ ଏବଂ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ୟେଧନ ପାତ୍ର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ବେଉରିଆ , ସତ୍ୟନାରାୟଣ ଦାସ , ଗୋପିକୃର୍ଷ୍ଣ ପଟ୍ଟନାୟକ , ମନୋଜ ମହାନ୍ତି , ଦେବବ୍ରତ ସାନା , ଶ୍ରୀନିବାସ ପାତ୍ର , ସତ୍ୟ ନାରାୟଣ ପଣ୍ଡା , କିଶୋର କୁମାର ପାତିକା , ସନ୍ତୋଷ ନାଗ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.