ରାଜଧାନୀରେ ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତାରୋକ ଯୋଗୁଁ କଳ୍ପନା – ରସୁଲଗଡ ରାସ୍ତାରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ରବିଟକିଜ୍‌ ଠାରୁ ରସୁଲଗଡ ଯାଏଁ ରାସ୍ତା ଜାମ ଅବସ୍ଥା । ଝାରପଡାରେ ଥିବା ଗଣେଶ ମଣ୍ଡପ ହାଟକୁ ସକାଳୁ ଉଚ୍ଛେଦ କରାଯାଇଥିଲା । ଏହାପରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଏବଂ ଲୋକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।

ଦୋକାନ ଭଙ୍ଗାଯିବାରୁ ବ୍ୟବସାୟୀମାନେ ତାଙ୍କ ଜିନିଷ ନେଇ ପାରି ନଥିବା ଅଭିଯୋଗ କରିଥିଲେ । ପ୍ରାୟ ୩୦୦ ଦୋକାନକୁ ସେଠାର ଉଚ୍ଛେଦ କରାଯିବ । ବିଜେପି ପକ୍ଷରୁ ସେଠାରେ ବିରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭୋର୍‌ରୁ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

nis-ad
Leave A Reply

Your email address will not be published.