ଏପ୍ରିଲ ୯ ତାରିଖରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ

ଭୁବନେଶ୍ବରଁ ଏପ୍ରିଲ ୯ ତାରିଖ ଅପରାହ୍ନ ସାଢେ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ସମସ୍ତ ବିଭାଗ ନିଜ ନିଜର ଦାୟିତ୍ୱ କେମିତି ସୁଚାରୁରୂପେ ତୁଲାଇବେ ସେନେଇ ଆଲୋଚନା କରାଯାଇଛି ।ଟ୍ରାଫିକ, ପାନୀୟ ଜଳ, ରାସ୍ତା ମରାମତି, ପାର୍କିଂ ଆଦି ପ୍ରସଙ୍ଗରେ ବ୍ୟାପକ ଆଲୋଚନା ମଧ୍ୟ ହୋଇଛି ।

ସମର୍ଥା,ପୂଜାପଣ୍ଡା, ବ୍ରାହ୍ମଣ ଆଦି ନିଯୋଗ ବୈଠକରେ ଯୋଗ ଦେଇନଥିବାର ସୂଚନା ମିଳିଛି । ସେବାପୂଜା କରିବା ପାଇଁ ଯେଉଁ ବନ୍ଦୋବସ୍ତ ଜମି ମିଳିଥିଲା,ପରେ ତାହା ଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡ ନାଁ କୁ ଚାଲିଯାଇଛି । ଏନେଇ ସେବାୟତଙ୍କ ମଧ୍ୟରେ କିଛି ମାନ ଅଭିମାନ ରହିଥିଲେ ସୁଧା ରଥଯାତ୍ରାରେ ସେମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ସେପଟେ କୋଭିଡ ପାଇଁ ବନ୍ଦ ଥିବା ମରିଚି କୁଣ୍ଡ ପାଣି ଚଳିତ ବର୍ଷ ନିଲାମ ହେବ । ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି କୁଣ୍ଡରେ ଏ ବର୍ଷ ନିଲାମ ପ୍ରକ୍ରିୟା ପରିଚାଳନା କରିବ ବଡୁ ନିଯୋଗ ।

nis-ad
Leave A Reply

Your email address will not be published.