କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ମାନସଙ୍କ ପରିବାର

ନୟାଗଡ : କ୍ୟାମେରାମ୍ୟାନ ମାନସ ମୃତ୍ୟୁ ଘଟଣା । ମେମୋରୀ ରହସ୍ୟ କେବେ ଖୁଲାସା କରିବ କ୍ରାଇମବ୍ରାଞ୍ଚ? ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ l ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସମେତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଭୟ ପୋଲିସ ଏବଂ କ୍ରାଇମବ୍ରାଞ୍ଚ l କିନ୍ତୁ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି ପରିବାର ଲୋକେ lକ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ମାନସଙ୍କ ପରିବାର

ଯେଉଁଥି ପାଇଁ ମାନସଙ୍କୁ ହତ୍ୟା କରାଯାଇଛି, ତାହାକୁ କ୍ରାଇମବ୍ରାଞ୍ଚ ଖୁଲାସା କରୁନଥିବା କହିଛନ୍ତି ମାନସଙ୍କ ପରିବାର ଲୋକେ l ମେମୋରୀ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି l କିନ୍ତୁ ସେ ମେମୋରୀ ସମ୍ପର୍କରେ କ୍ରାଇମବ୍ରାଞ୍ଚ କିଛି ସ୍ପଷ୍ଟ କରୁନଥିବାରୁ ସନ୍ଦେହ କରୁଛନ୍ତି ପରିବାର ଲୋକେ l ସେ ମେମୋରୀ ଏବେ କେଉଁଠି ? ସେଥିରେ କଣ ଏମିତି ଥିଲା ଯେ, ମେମୋରୀ ଚିପ ନ ପାଇଁ ଶେଷରେ ହତ୍ୟା କରିବାକୁ ପଛାଇଲେ ନାହିଁ ଶର୍ମିଷ୍ଠା ?

ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କିଛି ସ୍ପଷ୍ଟ କରୁନାହିଁ l ଏହି ମେମୋରୀରେ ଏପରିକି କିଛି ଭିଡିଓ ଥାଇ ପାରେ ଯାହାକୁ ଖୁଲାସା କଲେ ବଡ ବଡ ନେତା ମନ୍ତ୍ରୀ ଧରା ପଡିବା ଆଶଙ୍କା ରହିଛି l ସେଥିପାଇଁ କ୍ରାଇମବ୍ରାଞ୍ଚ ଖୁଲାସା କରୁନଥିବା ଅଭିଯୋଗ ହୋଇଛି l ମେମୋରୀ ରହସ୍ୟ ଖୁଲାସା ସହ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ।

nis-ad
Leave A Reply

Your email address will not be published.