କଟକର ଲସି ଦୋକାନରେ ସିଏମ୍‌ସିର ଚଢ଼ଉ

କଟକ : କଟକର ବିଭିନ୍ନ ସର୍ବତ ଓ ଲସି ଦୋକାନରେ ନଷ୍ଟ ହୋଇ ଯାଇଥିବା ଦହି ଓ ଅନ୍ୟାନ୍ୟ ନିମ୍ନମାନର ଜିନିଷ ଗ୍ରାହକଙ୍କୁ ଦିଆଯାଉଥିବା ଖବର ପାଇ ମଙ୍ଗଳବାର କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ଲସି ଓ ସର୍ବତ ଦୋକାନରେ ଅଚାନକ ଚଢଉ କରାଯାଇଥିଲା । କଟକ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ଏପରି ଚଢଉ କରାଯାଇଛି ।

ଅନେକ ଦୋକାନରେ ଦହି ନିମ୍ନମାନର ରହିଥିବାରୁ ଉକ୍ତ ଦୋକାନର ସମସ୍ତ ଖାଦ୍ୟ ସମଗ୍ରୀକୁ ନଷ୍ଟ କରାଯାଇଛି । ଏହାସହ ବିଭିନ୍ନ ଦୋକାନର ଖାଦ୍ୟ ସୁରକ୍ଷା ପଞ୍ଜୀକରଣ ନଥିବାରୁ ସେମାନଙ୍କୁ ଚେତାବନୀ ଦିଆଯାଇଛି । ଏହା ସହ ଏହି ଟିମ୍‌ ଫାଷ୍ଟଫୁଡ଼, ବିରିୟାନୀ ଷ୍ଟଲ ଓ ରାସ୍ତା କଡ଼ ଠେଲା ଖାଦ୍ୟକୁ ମଧ୍ୟ ଯାଞ୍ଚ କରିଛି । ଉକ୍ତ ଦୋକାନୀ ମାନଙ୍କୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ପଞ୍ଜୀକୃତ ସାର୍ଟିଫିକେଟ କରିବା ପାଇଁ କୁହାଯାଇଛି । ଏପରି ନ କଲେ ସର୍ବତ ଦୋକାନକୁ ସିଲ କରାଯିବ ବୋଲି ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.