କୋଭିଡ ୧୯ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ। ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୪୫୦ ନାପକିନ ବଣ୍ଟନ

ଦାରିଙ୍ଗବାଡ଼ି (୪/୪) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଚଏଲଏଫପିପିଟି / ଏମ. ରାଇଟ୍ ପକ୍ଷରୁ ଏକ କୋଭିଡ଼ ଟୀକା ସୁନିଶ୍ଚିତ , ସ୍ବାସ୍ଥ୍ୟ ସଚେତନତା ଓ ସ୍ବଚ୍ଛତା ଉପକରଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ଚନ୍ଦ୍ରିକା ମଳିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏମ. ରାଇଟ ଅଧୀନରେ କର୍ଯ୍ୟରତ (ବିଓ ଫୁଲବାଣୀ ) ରମେଶ ଚନ୍ଦ୍ର ସାହୁ , ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୁକେଶ ଡୁଙ୍ଗଲ , ଶିକ୍ଷୟତ୍ରୀ ସବିତା ସାହୁ, ଏଏନଏମ ମାଳତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିସି ସାନ୍ତ୍ୱନା ନାୟକ , ଭିସି ଚିତ୍ରାଞ୍ଜଳି ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମସ୍ତ ସହଯୋଗ କରିଥିଲେ। ଅତିଥିମାନେ କିଶୋରୀ ବାଳିକାମାନଙ୍କୁ ସ୍ୱଚ୍ଛତା ଉପକରଣ (ନାପକିନ) ୪୫୦ ବଣ୍ଟନ କରି ଏହାର ଉପକାରିତା ସଂପର୍କରେ କହିଥିଲେ। ବାର ବର୍ଷ ରୁ ଅଠର ବର୍ଷ ମଧ୍ୟରେ ଥିବା ସମସ୍ତେ ଯେଭଳି ନିଜେ ଟୀକା ନେଇ ଅନ୍ୟମାନଙ୍କୁ ଟୀକା ନେବା ପାଇଁ କହିବା ଏବଂ ଅଞ୍ଚଳରେ ଶତପ୍ରତିସତ ଟୀକାକରଣ ଯେଭଳି ହୋଇପାରିବ କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର (ବିଓ ଦାରିଙ୍ଗବାଡ଼ି) ଜୋସ୍ନାକର ନାୟକ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.