ଚିକିଟିରେ “ଦିବ୍ୟାଙ୍ଗଜନ ସମାଧାନ ‘ଅନୁଷ୍ଠିତ

ଚିକିଟି : ଚିକିଟି ବ୍ଲକ ପରିସରରେ ଆଜି “ଦିବ୍ୟାଙ୍ଗଜନ ସମାଧାନ ” ବିଡ଼ିଓ ଫାଲଗୁନୀ ମାଝିଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥିଲା l ବିଶେଷ କରି ଦିବ୍ୟାଙ୍ଗଜନଙ୍କ ରହିଥିବା ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନକରି ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରାଇବା ସହ ଆତ୍ମବିଶ୍ଵାସ ଓ ସ୍ୱଭାବଲମ୍ବୀ ହୋଇ ପାରି କିପରି ଆଗକୁ ବଢି ପାରିବେ ତାହା ମୁଖ୍ୟ ଲକ୍ଷ୍ୟ ଥିଲା l ଆଜି ଏହି ଅବସରରେ ବ୍ଲକ ୧୩ ଜଣ ଭିନ୍ନକ୍ଷମ ପହଞ୍ଚି ତାଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ବ୍ଲକର ବିଭିନ୍ନ ବିଭାଗର ମୁଖିଆଙ୍କ ଆଗରେ ବlଢିଥିଲେ l ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଯାଇ ସେମାନଙ୍କ ଯାତାୟାତ ପାଇଁ ଟ୍ରାଇସାଇକେଲ, ପେନସନ, ଋଣ, ବାସହୀନଙ୍କ ପାଇଁ ଗୃହ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବ୍ଲକ, ତହସିଲ, ଏନ. ଏ. ସି, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ l

ଏହି ଦିବ୍ୟlଙ୍ଗଜନ ସମାଧାନ ଅବସରରେ ଚିକିଟି ତହସିଲଦାର ବିଶ୍ଵରଞ୍ଜନ କହଁର, ଏନ. ଏ. ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ,ଆୟୁଷ ଡାକ୍ତର ପୁରଞ୍ଜିତ ପାତ୍ର, ସି ଡି ପି ଓ ଗୀତାଞ୍ଜଳି ପାଣିଗ୍ରାହୀ, ବିଆର୍ଟି ତାରା ପ୍ରସାଦ ପ୍ରଧାନ, ଏମ. ଆଇ ପି. ଭାର୍ଗବୀ, ଏବିଓ ପ୍ରଭାକର ସେଠୀ ପ୍ରମୁଖ ଯୋଗ ଦେଇ ଦିବ୍ୟlଙ୍ଗଜନଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେଇଥିଲେ l

nis-ad
Leave A Reply

Your email address will not be published.