ରୁଷ ତେଲ ଡିପୋ ଉପରେ ବୋମା ପକାଇଲା କିଏ ?

ମସ୍କୋ : ଶୁକ୍ରବାରଦିନ ରୁଷ ସହର ବେଲଗୋରୋଡସ୍ଥିତ ଏକ ତେଲ ଡିପୋ ଉପରେ ଆକ୍ରମଣ କରାଯାଇଥିବା ରୁଷ ଦାବି କରିଥିଲା । କିନ୍ତୁ ରୁଷର ଏହି ଦାବିକୁ ଖଣ୍ଡନ କରିଛି ୟୁକ୍ରେନ । ୟୁକ୍ରେନର ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ଯେ ଏହି ଆକ୍ରମଣ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଏଣୁ ଏହି ଘଟଣାକୁ ନେଇ ସେ କିଛି ସ୍ପଷ୍ଟ କରିପାରିବେ ନାହିଁ । ସେହିପରି ୟୁକ୍ରେନର କେତେକ ସରକାରୀ ଅଧିକାରୀ ଏହି ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା କଥା ଅସ୍ବୀକାର କରିଛନ୍ତି ।
ୟୁକ୍ରେନର ଅସ୍ବୀକାର ପରେ ଏହି ଆକ୍ରମଣକୁ ନେଇ ସଂଦେହ ବଢିଯାଇଛି । ଯଦି ୟୁକ୍ରେନ କରିନାହିଁ, ଏହି ଆକ୍ରମଣ କଲା କିଏ ? ୟୁକ୍ରେନ ଉପରେ ଆକ୍ରମଣକୁ ଠିକ ବୋଲି ଦର୍ଶାଇବାକୁ ଓ ନିଜ ଦେଶର ଲୋକଙ୍କ ସମର୍ଥନ ପାଇବାକୁ ରୁଷ ମିଲିଟାରୀ ନିଜେ ଏପରି କରିନାହିଁ ତ ?
ଗତ କାଲି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଥିଲା ଯେ, ୟୁକ୍ରେନର ହେଲିକାପ୍ଟରଗୁଡ଼ିକ ରୁଷୀୟ ସହର ବେଲଗୋରୋଡ୍ ଉପରେ ଆକ୍ରମଣ କରିଛନ୍ତି । ୟୁକ୍ରେନର ଲଢୁଆ ହେଲିକାପ୍ଟରଗୁଡିକ ସେଠାରେ ଥିବା ଏକ ଏୟାରପୋର୍ଟ ଉପରେ ଆକ୍ରମଣ କରିବା ସହ ତୈଳ ଡିପୋ ଉପରେ ବୋମାମାଡ କରିଥିବା ଦାବି କରାଯାଇଥିଲା । ଏହା ଫଳରେ ଏୟାରପୋର୍ଟ ନିକଟରେ ଥିବା ତୈଳ ଡିପୋରେ ନିଆଁ ଲାଗିଯାଇଥିଲା । ରୁଷ ମିଲିଟାରି ପକ୍ଷରୁ ଏହି ଆକ୍ରମଣ ସଂପର୍କିତ ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା

nis-ad
Leave A Reply

Your email address will not be published.