ବେଙ୍ଗଲ ଜଙ୍ଗଲରୁ ମିଳିଲେ କଙ୍ଗାରୁ, ୨ଟିର ଚାଲିଛି ଚିକିତ୍ସା

ଜଲପାଇଗୁଡ଼ି: ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଥିବା ଜଙ୍ଗଲରୁ ୩ଟି କଙ୍ଗାରୁ ଉଦ୍ଧାର ହୋଇଛନ୍ତି। ପ୍ରଥମେ ଗାଜୋଲଡବା ଜଙ୍ଗଲରୁ ୨ଟି ଆହତ କଙ୍ଗାରୁଙ୍କୁ ଉଦ୍ଧାର କରାଯାଇଥିଲା। ଏହାର କିଛି ଘଣ୍ଟା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଦବଗ୍ରାମ ଜଙ୍ଗଲ ରେଞ୍ଜର ଫରାବରି-ନେପାଳୀ ଅଞ୍ଚଳରୁ ଆଉ ଗୋଟିଏ କଙ୍ଗାରକୁ ଠାବ କରିଛନ୍ତି।
ଭାରତର କୌଣସି ଜଙ୍ଗଲରେ କେବେ ହେଲେ ପୂର୍ବରୁ କଙ୍ଗାରୁ ରହିଥିବା କଥା ରିପୋର୍ଟ ହୋଇ ନଥିଲା। ଏବେ ବେଙ୍ଗଲର ୩ଟି କଙ୍ଗାରୁଙ୍କୁ ଉଦ୍ଧାର କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ରେଞ୍ଜର ସଞ୍ଜୟ ଦତ୍ତ କହିଛନ୍ତି, “କଙ୍ଗାରୁ ଉଦ୍ଧାର ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। କିଏ ଓ କେଉଁଠୁ କଙ୍ଗାରୁମାନଙ୍କୁ ଆଣି ଜଙ୍ଗଲରେ ଛାଡ଼ିଲେ, ସେକଥା ଜଣାପଡ଼ିନି। ସେହିପରି ୨ଟି କଙ୍ଗାରୁ କେମିତି ଆହତ ହେଲେ, ତା’ର ମଧ୍ୟ ଯାଞ୍ଚ କରାଯାଉଛି।”
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଅଧିକାରୀମାନେ ପ୍ୟାଟ୍ରୋଲିଂ କରୁଥିବା ବେଳେ ପ୍ରଥମେ ୨ଟି କଙ୍ଗାରୁଙ୍କୁ ଗୁରୁତର ଅବସ୍ଥାରେ ଠାବ କରିଥିଲେ। ସେଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବେଙ୍ଗଲ ସଫାରୀ ପାର୍କକୁ ଅଣାଯାଇଥିଲା। ଗଙ୍ଗାରୁ ଦ୍ୱୟଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି। ଏହାର କିଛି ଘଣ୍ଟା ପରେ ପୁଣି ଗୋଟିଏ କଙ୍ଗାରକୁ ଜଙ୍ଗଲ ରାସ୍ତାରୁ ଉଦ୍ଧାର କରାଯାଇଥିଲା। ଏବେ ସ୍ୱତନ୍ତ୍ର ଅଧିକାରୀମାନେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.