ଯୁବକଙ୍କୁ ଗଳା କାଟିବା ଘଟଣାରେ ୩ ଗିରଫ

ଗଞ୍ଜାମ :ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳଦେଇପୁର ଗ୍ରାମ ବିଲମାଳରେ ଜନୈକ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା ଘଟଣାରେ ପୋଲସରା ପୁଲିସକୁ ମିଳିଛି ସଫଳତା । ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉକ୍ତ ହତ୍ୟାକାଣ୍ଡର ସ୍କ୍ରିନ ରିକ୍ରିଏସନ କରିବାକୁ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ପୁରଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ମୁକ୍ତାମାଳଦେଇପୁର ଗ୍ରାମର ଘଟଣା ସ୍ଥଳକୁ ଯାଇଥିଲେ ।

ମୃତକ ଅମିତ ଆଚାର୍ଯ୍ୟକୁ ଗଳାକାଟି ହତ୍ୟାରେ ବ୍ୟବହୃତ ସେହି ରକ୍ତରଞ୍ଜିତ ଧାରୁଆ ଅସ୍ତ୍ରକୁ ଅଭିଯୁକ୍ତ ଚିହ୍ନଟ କରିଥିଲା । ରାଜନୈତିକ ଆକ୍ରୋଶର ଛକା ପଞ୍ଝାରେ ଅମିତ ଆଚାର୍ଯ୍ୟଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ବୋଲି ପୋଲସରା ଥାନାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଅମିତ୍ ପୂର୍ବରୁ ବିଜେପି ଦଳରେ ରହି କାର୍ଯ୍ୟ କରୁଥିଲେ । କିନ୍ତୁ କୌଣସି କାରଣରୁ ସେ ବିଜେପି ଦଳ ପରିତ୍ୟାଗ କରି ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡିରେ ସାମିଲ ହୋଇଥିଲେ । ଯାହାକୁ ନେଇ ମୁକ୍ତାମାଳଦେଇପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ତପନ କୁମାର ଆଚାର୍ଯ୍ୟ, ବାପୁନି ଗୌଡ଼ ଓ ରଞ୍ଜନ କୁମାର ବେହେରା ଅମିତତ୍କୁ ସଦାସର୍ବଦା ବିରୋଧ କରି ହତ୍ୟା ଧମକ ଦେଉଥିଲେ । ଏପରିକି ଚଳିତ ନିର୍ବାଚନରେ ବିଜେଡି ଓ ବିଜେପିର ଦଳୀୟ କାର୍ଯ୍ୟକ୍ରମକୁ ନେଇ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଗତ ୧୯ ତାରିଖ ରାତି ପ୍ରାୟ ୧୦ଟାରେ ଅମିତ ବାଇକ୍ ଯୋଗେ ବନ୍ଥପଲ୍ଲୀରୁ କାମ ସାରି ନିଜ ଗ୍ରାମ ମୁକ୍ତାମାଳଦେଇପୁରକୁ ଫେରୁଥିଲେ । ଘନ ଅନ୍ଧାରରେ ବାଇକରେ ଅମିତକୁ ଏକୁଟିଆ ଦେଖି ସଙ୍ଗବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଅମିତ୍ ନିଜ ପ୍ରାଣ ବଞ୍ଚାଇବା ପାଇଁ ବିଲ ମଧ୍ୟରେ ପ୍ରାଣ ବିକଳରେ ଦୌଡିଥିଲେ । ପରେ ଅମିତ୍ ତଳେ ପଡି ଯିବା ପରେ ଅତି ନୃସଂସ ଭାବେ ଅମିତଙ୍କ ଗଳା କାଟି ହତ୍ୟା କରିଥିଲେ ତପନ କୁମାର ଆଚାର୍ଯ୍ୟ, ବାପୁନି ଗୌଡ଼ ଓ ରଞ୍ଜନ ବେହେରା । ଯାହାକୁ ନେଇ ଅମିତର ପରିବାର ଲୋକେ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରିଥିଲେ ।

nis-ad
Leave A Reply

Your email address will not be published.