ନେତ ଉତ୍ସବରେ ନିଲାମ ହେବ ମରିଚି କୁଣ୍ଡ ପାଣି, ଭାଗ ନେବେ ଶତାଧିକ ନିଃସନ୍ତାନ ଦମ୍ପତି

ଭୁବନେଶ୍ୱର,୦୨/୦୪: ଆସନ୍ତା ୮ ତାରିଖରେ ନେତ ଉତ୍ସବ । ଏହି ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ରଥ ପ୍ରତିଷ୍ଠା ପାଇଁ କେଦାରଗୌରୀ ପାଖ ମୁକ୍ତେଶ୍ୱର ମନ୍ଦିର ଠାରେ ଥିବା ମରିଚି କୁଣ୍ଡରୁ ପାଣି ଅଣାଯିବ । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଧୂପ ନୀତି ପରେ ଏହା ରଥ ପ୍ରତିଷ୍ଠା ପକ୍ରିୟା କରାଯିବ ।

ମରିଚି କୁଣ୍ଡର ପ୍ରଥମ ଗରା ପାଣି ରଥ ପ୍ରତିଷ୍ଠା ନୀତିରେ ବ୍ୟବହାର ହେବ । ଏହାପରେ ଉକ୍ତ କୁଣ୍ଡର ପାଣି ନିଃସନ୍ତାନ ଦମ୍ପତିଙ୍କ ଉଦେଶ୍ୟରେ ନିଲାମ କରାଯିବ । ନିଲାମ ପ୍ରକ୍ରିୟା ୮ତାରିଖ ମଧ୍ୟରାତ୍ରିରୁ ୯ତାରିଖ ସକାଳ ପ୍ରାୟ ୭ଟା ଯାଏ ଜାରି ରହିବ । ବି

ଶ୍ୱାସ ଅଛି ଯେ, ଏହି ପାଣିରେ ନିଃସନ୍ତାନ ଦମ୍ପତି ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି । କରୋନା କଟକଣା କାରଣରୁ ବିଗତ ୨ବର୍ଷ ହେବ ଏହି ପାଣି ନିଲାମ ହୋଇ ପାରି ନଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଦମ୍ପତି ନିଲାମରେ ଅଂଶ ଗ୍ରହଣ କରିବେ ବୋଲି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି । ନିଲାମ ପ୍ରକ୍ରିୟା ବଡୁ ନିଯୋଗ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ କରାଯିବ । ଏଥିରେ ଯେଉଁ ଦମ୍ପତି ସବୁଠାରୁ ଅଧିକ ଟଙ୍କାରେ ନିଲାମ ଡାକିବେ ତାଙ୍କୁ ମିଳିବ ପ୍ରଥମ ଗରା ପାଣି । ଏହାପରେ ନିଲାମ ମୂଲ୍ୟର କ୍ରମ ଅନୁସାରେ ପାଣି ଦିଆ ଯିବ । ଶେଷରେ ଏକ ମୂଳ ମୂଲ୍ୟ ନିର୍ଦ୍ଧାରଣ କରା ଯାଇ ପାଣି ଗରା ଦିଆଯିବ ।

ଆସନ୍ତା ସୋମବାର ବଡୁ ନିଯୋଗର ବାର୍ଷିକ ବୈଠକ ଆୟୋଜନ ହେବ । ଏହି ସଭାରେ ମରିଚି କୁଣ୍ଡ ପାଣି ନିଲାମ ନେଇ ବିସ୍ତୃତ ଆଲୋଚନା ହେବ ବୋଲି ବଡୁ ନିଯୋଗର ସଭାପତି ଅଞ୍ଚଳ ବଡୁ କହିଛନ୍ତି ।

nis-ad
Leave A Reply

Your email address will not be published.