ବାଲେଶ୍ୱର ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ବିଭତ୍ସ ହତ୍ୟା, ସ୍ତ୍ରୀ ଗୁରୁତର

ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗାଁର ଏକ ବିଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବାଲିଖଣ୍ଡ ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଅବସରପାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପତ୍ରି । ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୁତ୍ତ ଘରେ ପଶି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କ ଉପରକୁ ଆକ୍ରମଣ କରଥିଲେ ।

ଏଥିରେ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆନନ୍ଦଙ୍କ ଘରର ସମସ୍ତ କାଗଜପତ୍ର ବିଭିନ୍ନ ସ୍ଥାନରେ ପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ସିମୁଳିଆ ପୋଲିସ ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.