ରାଉରକେଲା ଓକିଲ ସଂଘ ନିର୍ବାଚନ : ସଭାପତି ଭାବେ ସୁରେଶ ମାଝୀ ଏବଂ ସମ୍ପାଦକ ଭାବେ ଅକ୍ଷୟ ସାହୁ ନିର୍ବାଚିତ…

ରାଉରକେଲା : ରାଉରକେଲା ଓକିଲ ସଂଘ ନିର୍ବାଚନରେ ସୁରେଶ ମାଝୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଏକାଧିକବାର ସଭାପତି ପଦ ମଣ୍ଡନ କରିଥିବା ରମେଶ ବଳଙ୍କୁ ଏଥର ପରାଜୟ ଭୋଗିବାକୁ ପଡ଼ିଛି। ଶ୍ରୀ ମାଝି ୨୯୬ ଭୋଟ ପାଇଥିବା ବେଳେ ଶ୍ରୀ ବଳ ୨୮୯ ଖଣ୍ଡ ଭୋଟ୍‌ ପାଇ ୭ ଖଣ୍ଡ ଭୋଟରେ ହାରିଥିଲେ।
ରାଉରକେଲା ଓକିଲ ସଂଘର ମୋଟ୍‌ ସଦସ୍ୟ ସଂଖ୍ୟା ୭୦୯। ତେବେ ଭିନ୍ନ ଭିନ୍ନ କାରଣରୁ ସଦସ୍ୟମାନେ ଅନୁପସ୍ଥିତ ରହିଥିବାବେଳେ ମୋଟ୍‌ ୫୯୦ ଜଣ ମତଦାନ କରିଥିଲେ। ଉପସଭାପତି ଭାବେ ସଦାନନ୍ଦ ସାହୁ (୨୬୭) ବିଜୟୀ ହୋଇଥିବାବେଳେ ବିସ୍ମୟ ଦାଶ(୧୪୬) ଦ୍ବିତୀୟ, ଚନ୍ଦ୍ରମଣୀ ଦାଶ(୯୮) ତୃତୀୟ ଓ ଏମ. ମହେଶ୍ବରମ(୭୯) ଚତୁର୍ଥ ସ୍ଥାନରେ ରହିଥିଲେ। ସେହିଭଳି ସମ୍ପାଦକ ଭାବେ ଅକ୍ଷୟ କୁମାର ସାହୁ ୩୪୯ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନୀ ପ୍ରଧାନ(୨୩୫)ଙ୍କୁ ୧୧୪ ଖଣ୍ଡ ଭୋଟରେ ପରାସ୍ତ କରିଥିବାବେଳେ ଯୁଗ୍ମ ସଂପାଦକ ପଦରେ ମାନସ ରଞ୍ଜନ ପଣ୍ଡା(୨୯୪) ମାତ୍ର ଖଣ୍ଡେ ଭୋଟ୍‌ରେ ଦେବାନନ୍ଦ ତନ୍ତୀ(୨୯୩)ଙ୍କୁ ପରାସ୍ତ କରିଥିଲେ।

nis-ad
Leave A Reply

Your email address will not be published.