ଖଲ୍ଲିକୋଟ ପୌର ପରିଷଦ ନିର୍ବାଚନ ; ମତଦାନ ହାର ୬୯ ଶତାଂଶ

ଖଲ୍ଲିକୋଟ(୨୪/୩) : ରାଜ୍ୟରେ ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ପୌର ନର୍ବାଚନ ପରିପ୍ରେକ୍ଷୀରେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ୧୨ ଗୋଟି ୱାର୍ଡ ରେ ଅନୁଷ୍ଠିତ ହୋଇଥିବା ନଗରପାଳ ଓ ୱାର୍ଡ ସଭ୍ୟ ନିର୍ବାଚନ ରେ ମୋଟ ୬୯ ଶତାଂଶ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଥିବା ଜଣାପଡିଛି l ଖଲ୍ଲିକୋଟ ଏନ ଏ ସି ର ୧୩ ଗୋଟି ମତଦାନ କେନ୍ଦ୍ର ମୋଟ ୭,୨୯୪ ମତଦାତା ସେମାନଙ୍କ ଭୋଟ ପ୍ରଦାନ କରିଥିବା ଜଣାପଡିଛି l ଖଲ୍ଲିକୋଟ ଏନ ଏ ସି ର ୧୨ ଗୋଟି ୱାର୍ଡ ରେ ଅନୁଷ୍ଠିତ ଭୋଟ ଦାନ ମୋଟାମୋଟି ଶାନ୍ତିଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଥିବା ବେଳେ ଏନ ଏ ସି ର ୧୨ ନମ୍ବର ୱାର୍ଡ ବାଲୁକେଶ୍ଵରପୁର ହାଇସ୍କୁଲ ବୁଥ ରେ ଗ୍ରାମ ର ପୂର୍ବତନ କାଉନ୍ସିଲ୍ର ତ୍ରିନାଥ ଜେନା ନ ସେହି ଗ୍ରାମ ତୋତାଗା ର ଜଣେ ଯୁବକ ଙ୍କ ସହ ଧସ୍ତାଧସ୍ତି ଓ ମଦପିଟ ହେବା ଫଳରେ କାଉନ୍ସିଲ୍ର ଜେନା ଙ୍କ ର ମୋବାଇଲ ଓ ନଗଦ ଟଙ୍କା ଓ ଆଧାର କାର୍ଡ ହଜି ଭାଇଥିବା ଜେନା ପ୍ରକାଶ କରିବା ସହ ଜଣେ ପୋଲିସ କର୍ମଚାରୀ ମଧ୍ୟ ଠେଲାପେଲା ର ଶିକାର ହୋଇଥିଲେ l ତେବେ ପୋଲିସ ଉକ୍ତ ଯୁବକ ଜଣକୁ ଉଠାଇ ନେଇ ପୁଣି ଛାଡ଼ ଦେଇଥିବା ପ୍ରକାଶ l ପ୍ରକାଶ ଥାଉକି ଖଲ୍ଲିକୋଟ ଏନ ଏ ସି ର କିଛି ବୁଥ ରେ ଭୋଟ ପ୍ରଦାନ ବେଳେ ସାମାନ୍ୟ ବଚସା ହୋଇଥିଲେ ମଧ୍ୟ ପୋଲିସ ର ହସ୍ତକ୍ଷେପ ପରେ ସମାଧାନ ହୋଇଯାଇଥିଲା l ଖଲ୍ଲିକୋଟ ଏନ ଏ ସି ର ମୋଟ ଭୋଟ ସଂଖ୍ୟା ୧୦,୬୧୩ ହୋଇଥିବା ବେଳେ ପୁରୁଷ ଭୋଟର ଙ୍କ ସଂଖ୍ୟା ୫,୪୯୬ ହୋଇଥିବା ମହଲା ଭୋଟର ଙ୍କ ସଂଖ୍ୟା ୫,୦୦୭ ଓ ତୃତୀୟ ଲିଙ୍ଗ ଙ୍କ ସଂଖ୍ୟା ମାତ୍ର ୧୦ ଥବା ଜଣାପଡିଛି l ତେବେ ସହର ରେ ସମସ୍ତ ବୁଥ ରେ ଭୋଟ ଦାନ ପାଇଁ ପ୍ରସବଲ ଭିଡ ଥିବା ବେଳେ ମହିଳା ମାନଙ୍କ କ୍ଷେତ୍ର ରେ ପ୍ରବଳ ଉଚ୍ହାହ ଦେଖିବାକୁ ମିଳିଥିଲା l ଖଲ୍ଲିକୋଟ ଏନ ଏ ସି ର ୩ ନମ୍ବର ବୁଥ ଟି ପିଙ୍କ ବୁଥ ହୋଇଥିବା ବେଳେ ୪ ନମ୍ବର ବୁଥ ଟି ଆଦର୍ଶ ବୁଥ ଭାବେ ଭୋଟ ଦାନ ରେ ଲୋକମାନେ ଅଂଶ ଗ୍ରହଣ କ୍ଷରିଥିଲେ l

nis-ad
Leave A Reply

Your email address will not be published.