କମେଣ୍ଟ ମରାରୁ ବିଭତ୍ସ ହତ୍ୟାକାଣ୍ଡ, ୪ ଜଣଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ: ଆସିକା ହିଞ୍ଜିଳି ଥାନା ପିତ୍ତଳ ଛକରେ ବୀଭତ୍ସ କାଣ୍ଡ । କମେଣ୍ଟମରାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗୋଟିଏ ପରିବାରର ୩ ଭାଇ ଓ ପୁତୁରା । ମୃତକଙ୍କ ଘର ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗାଁର ରାଜା ସ୍ବାଇଁ, ଶମ୍ଭୁ ସ୍ବାଇଁ, ସଞ୍ଜୟ ସ୍ବାଇଁ ଓ ପୁତୁରା ଚନ୍ଦନ ସ୍ବାଇଁ । ଗତକାଲି ବିଳମ୍ବିତ ରାତିରେ ୪ରୁ ୫ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ ଶେରଗଡ ଥାନା ଅଧିନ ପିତଳ ଛକରେ ମଙ୍ଗୁଳୁ ସ୍ୱାଇଁଙ୍କ ପୁଅମାନେ ଏକ ଫାଷ୍ଟଫୁଡ୍ ଦୋକାନ ଖୋଲି ବେପାର କରନ୍ତି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ନିଜ ଦୋକାନ ବନ୍ଦ କରି ସେମାନେ ଘରକୁ ଫେରୁଥିଲେ। ରାସ୍ତାରେ ଦୁର୍ଘଟଣାଗସ୍ତ ହୋଇଥିବା ଜଣେ ମହିଳାଙ୍କୁ ସହାୟତା କରିବାକୁ ସେମାନେ ଅଟକି ଥିଲେ। ତେବେ ଏହି ସମୟରେ ୬ଜଣ ଯୁବକ ସେମାନଙ୍କୁ ଟାପି ଟାପୁରା କରିବା ସହ କମେଣ୍ଟ ମାରିଥିଲେ।

ଯାହାକୁ ଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ପରବର୍ତ୍ତୀ ସମୟର ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ସଶସ୍ତ୍ର ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆହତଙ୍କୁ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ମାନଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ମଧ୍ୟରେ ରହିଛନ୍ତି ତିନି ଭାଇ ଓ ଜଣେ ପୁତୁରା । ସେମାନେ ନରେନ୍ଦ୍ରପୁର ଅଂଚଳର ମଙ୍ଗୁଳୁ ସ୍ୱାଇଁଙ୍କ ତିନି ପୁଅ, ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ, ରାଜା ସ୍ୱାଇଁ ଓ ତାଙ୍କ ପୁତୁରା ଚନ୍ଦନ ସ୍ୱାଇଁ । ବିଳମ୍ବିତ ରାତିରେ ଏହି ସଂଘର୍ଷ ଘଟିଥିବା କୁହାଯାଉଛି । ଖବର ପାଇ ପୁଲିସ ପହଁଚିବାବେଳକୁ ରାସ୍ତା ଉପରେ ମୃତ ଦେହ ପଡିି ରହିଥିଲା । ପୁଲିସକୁ ଦେଖି ଗଣ୍ଡଗୋଳକାରୀମାନେ ଛତ୍ରଭଂଗ ଦେଇଥିଲେ ।ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । ହିଞ୍ଜିଳି, ଆସିକା ଓ ଶେରଗଡ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

nis-ad
Leave A Reply

Your email address will not be published.