ଚିକିଟି : ବିଜେଡି-ପ୍ରଚାର ରେ ସାମିଲ ହୋଇ ଶେଷ ସ୍ପର୍ଶ ଦେଲେ ସାଂସଦ…


ଚିକିଟି-ପ୍ରଚାର ର ଶେଷ ଦିବସ ରେ ଚିକିଟି ଏନ ଏ ସି ର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀନି ଦୀପା କୁମାରୀ ସାହୁ ଙ୍କ ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରଚାର ମଇଦାନରେ ଓଲ୍ହେଇଛନ୍ତି।ଶହ ଶହ ସମର୍ଥକଙ୍କ ଗହଣ ରେ ବିଧାୟିକା ଉଷାଦେବୀ,ତାଙ୍କ ପୁତ୍ର ଶ୍ରୀରୁପ ଦେଓ, ଯୁବ ନେତା ସୁରେନ୍ଦ୍ର ମଣ୍ଡଳ ଦଳୀୟ ଦମ ପ୍ରଦର୍ଶନ କରିଛନ୍ତି।ବାଇକ ରାଲି କରି କରବାଲୁଆ ଠାକୁରାଣୀ ମନ୍ଦିର ଠାରୁ ବାହାରି ରୋଡ ସୋ ପୂର୍ବକ ଚିକିଟି ଗଡ଼ ରେ ଶେଷ କରି ଦଳ ତରଫରୁ ପ୍ରାର୍ଥୀ ଙ୍କ ପାଇଁ ଭୋଟ ଭିକ୍ଷା ହୋଇଥିଲା।ଯୁବ ଆଦର୍ଶ ରଘୁନନ୍ଦନ ସାହୁ ଙ୍କ ହାତ ମୁଠା କୁ ଟାଣ କରିବା ସହିତ ଚିକିଟି ଏନ ଏ ସି ର ସାମୁହିକ ବିକାଶ ପାଇଁ ଦୀପା ଙ୍କୁ ଭୋଟ ଦେବା ନେଇ ନାରା ବାଜି ହୋଇଥିଲା।
ସମର୍ଥକ ଙ୍କ ମହଲ ରେ ପ୍ରବଳ ଉତ୍ସାହ ଏବଂ ପୁରା ମାତ୍ରା ରେ ରାଲି ରେ ସହଯୋଗ ର ପଣ କରି ଯୁବ ଶକ୍ତି ଆଗକୁ ଆସି ପରିଷଦ ର ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।ଏଥିରୁ ବିଜୟ ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ମଧ୍ୟ ରଘୁନନ୍ଦନ ଙ୍କ ଆଦର୍ଶ ନିର୍ବାଚନ ର ମୁଖ୍ୟ ଆକର୍ଷଣ ଲକ୍ଷ କରାଯାଇଛି। ବିରୋଧୀ ଙ୍କ ଅପାରଗତା ଓ ଶାସକ ଦଳ ର କ୍ରମାନ୍ଵୟ ବିକାଶ କୁ ମୁଦ୍ଧା କରି ଦଳ ତରଫରୁ ଘର ଘର ବୁଲିପୂର୍ବରୁ ଦୀପା ଭୋଟ ଭିକ୍ଷା କରିଥିଲେ ଏବଂ ଆଶାୟୀ କାଉନସିଲର ଙ୍କ ପାଇଁ ମଧ୍ୟ ସମାନ ଅନୁରୋଧ ଚାଲିଥିଲା।ଶେଷ ଦିବସ ରେ ବାଇକ ରାଲି ରେ ଦମଦାରିଆ ପ୍ରଦର୍ଶନ ଅସଲି ଦମ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନୁଭୂତ ହୋଇ ବିଜୟ ର ବାସ୍ନା ବୋଲି ଦଳ ମଧ୍ୟରେ ମତ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.