ଏପ୍ରିଲ ୮ରୁ ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌

କଟକ: ଓଡ଼ିଶା ଆଥ୍‌ଲେଟିକ୍ସ ଆସୋସିଏସନ୍‌ ଆନୁକୂଲ୍ୟରେ ଆସନ୍ତା ଏପ୍ରିଲ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌ ଆୟୋଜିତ ହେବ । ଭୁବନେଶ୍ୱରର କିଟ୍‌ ଓ କିସ୍‌ ଷ୍ଟାଡିୟମ୍‌ ପରିସରରେ ପ୍ରତିଯୋଗିତା ଆୟୋଜନ କରାଯିବ । ୧୪ ବର୍ଷରୁ କମ୍‌ ସହିତ ୧୬, ୧୮, ୨୦ ଓ ୨୩ ବର୍ଷରୁ କମ୍‌ ବର୍ଗର ବାଳିକ ଓ ବାଳିକା ବିଭାଗରେ ପ୍ରତିଯୋଗିତା ହେବ ।

ଆସୋସିଏସନ୍‌ ଦ୍ୱାରା ଅନୁବନ୍ଧିତ ସମସ୍ତ ଜିଲ୍ଲା ଓ କ୍ରୀଡ଼ା ସଂଗଠନ ମାନେ ଆସନ୍ତା ଏପ୍ରିଲ ୪ତାରିଖ ସୁଦ୍ଧା ଇ-ମେଲ୍‌ ଜରିଆରେ ପଞ୍ଜିକରଣ କରିପାରିବେ । ଏଥିରୁ ମନୋନୀତ ହେବାକୁ ଥିବା ଶ୍ରେଷ୍ଠ ଆଥ୍‌ଲେଟ୍‌ ମାନେ ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ଆସୋସିଏସନ୍‌ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି

nis-ad
Leave A Reply

Your email address will not be published.