ପ୍ରଶାନ୍ତ ଜଗଦ୍ଦେବେଙ୍କୁ ଦଳ ସେପ୍ଟେମ୍ବରରୁ ନିଲମ୍ବନ କରିଛି : ପିନାକୀ ମିଶ୍ର

ଭୁବନେଶ୍ୱର: ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ହିଂସା ଉପରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଛନ୍ତି ପ୍ରତିକ୍ରିୟା । ଗଣତନ୍ତ୍ରରେ ହିଂସା କେବେ ଗ୍ରହଣଯୋଗ୍ୟ ନୁହେଁ । ଯିଏ ମଧ୍ୟ ହିଂସାରେ ଲିପ୍ତ ତାହା ସର୍ବଦା ଭୁଲ । ସେହିପରି ପିନାକୀ କହିଛନ୍ତି, ‘ପୂର୍ବରୁ ବିଧାୟକଙ୍କ ଖରାପ ଆଚରଣକୁ ନେଇ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳର ନିଲମ୍ବିତ କରିଥିଲେ । ଦଳର ସମ୍ବିଧାନ ଅନୁଯାୟୀ ଯେଉଁ ସଦସ୍ୟ, ୩ ମାସ ଧରି ନିଲମ୍ବିତ ରୁହନ୍ତି, ତାହାକୁ ବହିଷ୍କାର ବୋଲି ଧରିନିଆଯାଏ ‘ ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା । ଯାହାକୁ ନେଇ ସେପ୍ଟେମ୍ବର 8 ତାରିଖରେ ବିଜେଡିରୁ ନିଲମ୍ବନ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ପୁନର୍ବାର ଶନିବାର ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଉପସ୍ଥିତ ରହିଥିବା ବିଜେପି କର୍ମକର୍ତ୍ତାଙ୍କ ଉପରେ ଗାଡ଼ି ମଡାଇ ଦେଇଥିଲେ ବିଧାୟକ । ଯାହା ଅତ୍ୟନ୍ତ ବିଭତ୍ସ ରହିଥିଲା । କେହି କିଛି ଜାଣିବା ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ରୁଣ୍ଡ ହୋଇଥିବା ଲୋକଙ୍କ ଉପରକୁ ଗାଡି ଚଢାଇଦେଇଥିଲେ ।

ବିଧାୟକଙ୍କ ଗାଡି ଧକ୍କାରେ ପୋଲିସ କର୍ମଚାରୀଙ୍କ ସମେତ ୨୪ ଜଣ ଆହତ ହୋଇଛନ୍ତି । ବିଧାୟକ ମଧ୍ୟ ଜନଆକ୍ରୋଶର ଶିକାର ହୋଇଛନ୍ତି । ଉପସ୍ଥିତ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ଜଗଦ୍ଦେବ । ସେପଟେ ପୋଲିସ କବଜାରେ ମଧ୍ୟ ରହିଛନ୍ତି । କାରଣ ଜଗଦ୍ଦେବଙ୍କ ଏଭଳି ଅମାନବୀୟ କାରନାମାକୁ ଗୁରୁତର ସହ ନେଇଛି ପୋଲିସ ବିଭାଗ । ସୁସ୍ଥ ହେବା ପରେ ଚିଲିକା ବିଧାୟକଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

nis-ad
Leave A Reply

Your email address will not be published.