ଯୈାତୁକ ପାଇଁ ବଧୁହତ୍ୟା ଅଭିଯୋଗ, ସ୍ବାମୀ କଟକ

ହିଞ୍ଜିଳିକାଟୁ, ( ୯।୩) : ଅଧିକ ଯୈାତୁକ ଦାବି କରି ଜନୈକା ବିବାହିତା ମହିଳାଙ୍କୁ ଶାଶୁଘର ଲୋକେ ମାରିଦେଇ ଆତ୍ମହତ୍ୟାର ରୂପ ଦେଉଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ମଙ୍ଗଳବାର ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଘଟିଛି । ମୃତକ ଜଣକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ସୁନିତା ବେହେରା (୨୪) । ମୃତକାଙ୍କ ମା’ ପ୍ରମିଳା ବେହେରାଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନମ୍ବର ୧୧୬/୨୨ରେ ମାମଲା ରୁଜୁ କରି ମୃତଦେହକୁ ଜବତ କରିଛି । ବୁଧବାର ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇବା ସହ ମୃତକାଙ୍କ ସ୍ବାମୀ ସୁନିଳ ବେହେରାଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଥିବା ଥାନା ଭାରପ୍ରାପ୍ର ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।
ଥାନା ସୁତ୍ରରୁ ପ୍ରକାଶ ଯେ, ଗତ ୨୦୧୭ ମସିହାରେ ଶେରଗଡ଼ ଥାନା ପଦ୍ମପୁର ଗ୍ରାମର‌ ତାରିଣୀ ବେହେରାଙ୍କ କନ୍ୟା ସୁନିତା ସହ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ପ୍ରମୋଦ ବେହେରାଙ୍କ ପୁତ୍ର ମୁନିଙ୍କ ସହ ବୈଦିକ ରୀତିରେ ବାହାଘର ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ଯୈାତୁକ ଦିଆଯାଇଥିଲା । ବାହାଘରର ୨ ବର୍ଷ ପରେ ଅଧିକ ଯୈାତୁକ ଦାବି କରି ଶାଶୁ ଘର ଲୋକେ ସୁନିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ମୃତକାଙ୍କ ମା’ଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ କୈାଣସି କଥାକୁ କେନ୍ଦ୍ର କରି ସୁନିତାଙ୍କ ସହ ସୁନିଳଙ୍କ କଥା କଟାକଟି ହୋଇଥିଲା । ପରେ ସୁନିତାଙ୍କୁ ସ୍ବାମୀ ଓ ଶାଶୁ ଘର ଲୋକ ମାଡ ମାରିବା ଅଭିଯୋଗ ହୋଇଛି । ଘଟଣା ନେଇ ସୁନିତା, ମା’ଙ୍କୁ ଫୋନ୍ ଯୋଗେ କହିଥିଲେ । ସୁନିତାଙ୍କ ମା କାଞ୍ଜିଆମା ଗ୍ରାମରେ ପହଞ୍ଚି ଝିଅର ମୃତଦେହ ଝୁଲୁଥିବାର ଦେଖି ହିଞ୍ଜିଳି ଥାନାରେ ଯୈାତୁକ ଦାବିରେ ଝିଅକୁ ମାରି ଦେଇଥିବା ନେଇ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.