ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଘୋଡା ଚଢ଼ି ବିଧାନସଭାରେ ପହଞ୍ଚିଲେ ବିଧାୟକ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଝାଡଖଣ୍ଡର କଂଗ୍ରେସ ବିଧାୟକ ଅମ୍ବା ପ୍ରସାଦ ଆଜି ଘୋଡା ଚଢ଼ି ବିଧାନସଭାରେ ପହଞ୍ଚିଥିଲେ। ୩୧ ବର୍ଷିୟ ଅମ୍ବା ପ୍ରସାଦ ଝାଡଖଣ୍ଡର ରାମଗଡ ଜିଲ୍ଲାର ବାରକାଗୋନ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟିକା।
ଆନ୍ତର୍ଜାତୀୟ ମହିଳା ଦିବସର ବିଶେଷ ଅବସରରେ ବିଧାୟିକା ଅମ୍ବା ପ୍ରସାଦ କହିଛନ୍ତି , ‘ଯେ ପ୍ରତ୍ୟେକ ମହିଳାଙ୍କଠାରେ ଦୁର୍ଗା ଏବଂ ଝାନ୍ସୀରାଣୀର ଶକ୍ତି ରହିଥାଏ। ତେଣୁ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଦୃଢ଼ତାର ସହିତ ସାମ୍ନା କରନ୍ତୁ ।’
ଅମ୍ବା ପ୍ରସାଦଙ୍କ ପିତାଙ୍କ ନାମ ହେଉଛି ଯୋଗେନ୍ଦ୍ର ସାହୁ ଏବଂ ମା’ଙ୍କ ନାମ ନିର୍ମଳା ଦେବୀ । ଅମ୍ବା ଝାଡଖଣ୍ଡ ବିଧାନସଭାର ସର୍ବ କନିଷ୍ଠ ବିଧାୟିକା। ସେ ୨୦୦୭ରେ ନୂଆଦିଲ୍ଲୀର କାର୍ମେଲ ବାଳିକା ବିଦ୍ୟାଳୟରୁ ମାଟ୍ରିକ୍ ପାସ କରିଛନ୍ତି। ଏହା ପରେ ୨୦୦୯ ମସିହାରେ ହଜାରିବାଗ ଡିଏଭି ପବ୍ଲିକ୍ ସ୍କୁଲରୁ ଦ୍ୱାଦଶ ପାସ୍ କରିଥି‌ଲେ। ଅମ୍ବା ୨୦୧୪ରେ ଜାଭିଅର୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସର୍ଭିସରୁ ପିଜିଡିଏମ କରିଥିଲେ । ତା’ପରେ ସେ ୨୦୧୭ରେ ବିୟୁ ହଜାରିବାଗରୁ ତାଙ୍କର ଏଲଏଲବିର ଡିଗ୍ରୀ ହାସଲ କରିଥିଲେ ।
ବାରକାଗୋନ ବିଧାନସଭା ନିର୍ବାଚନରେ ଅମ୍ବାଙ୍କ ପିତା ୨୦୦୯ରେ ନିର୍ବାଚନରେ ଜିତିଥିଲେ। ଏହି ବିଜୟ ପରେ ତାଙ୍କୁ ରାଜ୍ୟ ମନ୍ତ୍ରୀ କରାଯାଇଥିଲା। କିନ୍ତୁ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା।
ଅମ୍ବାଙ୍କ ପିତା ଜେଲକୁ ଯିବା ପରେ ତାଙ୍କ ମା ନିର୍ମଳା ଦେବୀ ୨୦୧୪ରେ ସମାନ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ମା ନିର୍ବାଚନରେ ଜିତିଥିଲେ କିନ୍ତୁ ୨୦୧୬ରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଥିଲା।

nis-ad
Leave A Reply

Your email address will not be published.