ନୂଆଦିଲ୍ଲୀ: ଆମେ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁମିରୁ ବାହାର କରିବାରେ ସକ୍ଷମ ହୋଇଛୁ। ସେମାନେ ବର୍ତ୍ତମାନ ପୋଲଟଭା ଅଭିମୁଖେ ଯାଉଛନ୍ତି ବୋଲି ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ସୁମିରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ସର୍ବଶେଷ ସୂଚନା ଅନୁଯାୟୀ, ୟୁକ୍ରେନର ସୁମିରୁ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ପୂର୍ବରୁ ସମସ୍ୟା ହେଉଥିବା ବେଳେ ଏବେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ସୂଚନା ଦେଇ ଖୁସି ଯେ ଆମେ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁମିରୁ ବାହାର କରିବାରେ ସକ୍ଷମ ହୋଇଛୁ। ସେମାନେ ବର୍ତ୍ତମାନ ପୋଲଟଭା ଅଭିମୁଖେ ଯାଉଛନ୍ତି, ଯେଉଁଠାରୁ ସେମାନେ ପଶ୍ଚିମ ୟୁକ୍ରେନକୁ ଯିବା ପାଇଁ ଟ୍ରେନରେ ଚଢ଼ିବେ। ସେମାନଙ୍କୁ ଘରକୁ ଆଣିବା ପାଇଁ ଅପରେସନ୍ ଗଙ୍ଗାରେ ସାମିଲ ଥିବା ବିମାନଗୁଡ଼ିକ ପ୍ରସ୍ତୁତ କରାଯାଉଛି।
ତେବେ ପ୍ରାୟ ୭୦୦ ଭାରତୀୟ ଛାତ୍ରଛାତ୍ରୀ ସୁମିରେ ଫସି ରହିଥିଲେ। ମାନବୀୟ କରିଡର ନିର୍ମାଣ ହୋଇପାରୁନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରୁନଥିଲା। ହେଲେ ଏବେ ନିରାପଦ କରିଡର ନିର୍ମାଣ ସହ ସେମାନଙ୍କୁ ସ୍ଥାନାନ୍ତର କରାଯାଉଥିବା ନେଇ ସୂଚନା ମିଳିଛି।
ସୂଚନାନୁସାରେ, ରୁଷ ଆଜି ଅସ୍ତ୍ରବିରତି ଘୋଷଣା କରି ମାନବୀୟ କରିଡର ସୃଷ୍ଟି କରିବାକୁ ରାଜି ହୋଇଥିଲା। ଏହି ମାନବୀୟ କରିଡର ୟୁକ୍ରେନର ସୁମି ଠାରୁ ୟୁକ୍ରେନର ପୋଲଟଭା ଏବଂ ରୁଷର ବେଲଗୋରୋଡ ପର୍ଯ୍ୟନ୍ତ ରୁଟ ତିଆରି କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସୁମିରେ ଫସି ରହିଥିବା ଭାରତୀୟଙ୍କୁ ପୋଲଟଭା ଏବଂ ବେଲଗୋରୋଡକୁ ସ୍ଥାନାନ୍ତର କରାଯିବ। ପରେ ଭାରତୀୟଙ୍କୁ ବିମାନ, ରେଳ ଏବଂ ସଡକ ପରିବହନ ଦ୍ୱାରା ଭାରତ ଫେରିବା ପାଇଁ ବିମାନ ଉଡ଼ାଣ କରିବାକୁ ଥିବା ସ୍ଥାନକୁ ପଠାଯିବ କିମ୍ବା କିଛି ଲୋକମାନେ ଦକ୍ଷିଣ ପାର୍ଶ୍ୱରେ ଥିବା ଅସ୍ଥାୟୀ ବାସସ୍ଥାନକୁ ମଧ୍ୟ ଯାଇପାରନ୍ତି ବୋଲି କୁହାଯାଇଥିଲା।
Sign in
Sign in
Recover your password.
A password will be e-mailed to you.