ଆଜି ଦ୍ୱିତୀୟ ଥର ପାଇଁ ଢିଙ୍କିଆ ଯିବେ ୫ ଜଣିଆ ଆଇନଜୀବି କମିଟି

ଆଜି ଦ୍ୱିତୀୟ ଥର ପାଇଁ ଢିଙ୍କିଆ ଯିବେ, ହାଇକୋର୍ଟ ଦ୍ୱାରା ଗଠିତ ୫ ଜଣିଆ ଆଇନଜୀବି କମିଟି । ସେମାନଙ୍କ ଆଗରେ ଢିଙ୍କିଆବାସୀ ଯେଭଳି ନିର୍ଭୟରେ ମତ ରଖିପାରିବେ, ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।

ଗତ ଫେବ୍ରୁଆରୀ ୧୯ ତାରିଖରେ ଏହି କମିଟି ଢିଙ୍କିଆ ଯାଇଥିବା ବେଳେ ସେମାନଙ୍କ ସାମାନାରେ ଜେଏସଡବ୍ଲୁ ପ୍ରକଳ୍ପ ବିରୋଧୀଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଥିଲା ।

ଏହି ସମୟରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିଲା । ତେଣୁ ପ୍ରକଳ୍ପ ସପକ୍ଷବାଦୀ ଓ ପୋଲିସକୁ ଡରି ଲୁଚି ରହିଥିବା ପ୍ରକଳ୍ପ ବିରୋଧୀ କମିଟି ଆଗରେ କେମିତି ମତାମତ ରଖିବେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୂର୍ବରୁ JSW ଶିଳ୍ପ ବିରୋଧରେ ଭିତରେ ଭିତରେ କେତେ କୁହୁଳୁଛି ଅଶାନ୍ତିର ନିଆଁ। ତାହା ଢିଙ୍କିଆରେ ପୂର୍ବରୁ ଦେଖିବାକୁ ମିଳିଥିଲା । ତାର ତାଜା ପ୍ରତିଫଳନ ଗାଁ ମଝିରେ ଧସ୍ତାଧସ୍ତି, ନିର୍ଘାତ ମାଡ଼, ଗାଳିଗୁଲଜ ଚିତ୍ର ଦେଖିଥିଲେ ୫ଜଣିଆ ହାଇଲେବଲ୍ ଟିମ୍ । ଖୋଦ୍ ପୋଲିସ୍, ପ୍ରଶାସନିକ ଅଧିକାରୀ ଓ ହାଇକୋର୍ଟଙ୍କ ୫ ଜଣିଆ କମିଟିଙ୍କ ଉପସ୍ଥିତିରେ ଏସବୁ ଘଟୁଥିଲେ ବି ସମସ୍ତେ ଥିଲେ ନୀରବ ଦ୍ରଷ୍ଟା।

nis-ad
Leave A Reply

Your email address will not be published.