ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଅପହରଣ କରିବାକୁ ଯୋଜନା କରୁଛି ଋଷ

ନୂଆଦିଲ୍ଲୀ,୨୫/୦୨: ଋଷ ଓ ୟୁକ୍ରେନ ମଧ୍ୟରେ ସ୍ଥିତି ଭୟାନକ ହେବାରେ ଲାଗିଛି। ସାରା ବିଶ୍ୱ ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା କରୁଛନ୍ତି। ଏହାରି ଭିତରେ ଆମେରିକା ଋଷକୁ ମାତ୍‌ ଦେବା ପାଇଁ ପୁରା ଦମ୍‌ରେ ଲାଗି ପଡ଼ିଛି। ଋଷିଆ କିବ୍‌ ଅକ୍ତିଆର ଆଡ଼କୁ ମୁଁହାଉଥିବା ବେଳେ ଆମେରିକା ଗୁଇନ୍ଦା ବିଭାଗ ବଡ଼ ଅଭିଯୋଗ ଆଣିଛି।

ଗୁଇନ୍ଦା ବିଭାଗ ଅନୁସାରେ, ଋଷର ୧୦ ହଜାରରୁ ଅଧିକ ପାରାଟ୍ରୁପର୍ସ ୟୁକ୍ରେନ ରାଜଧାନୀ କିବ୍‌ରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଉଛି। ଏହି ପାରାଟ୍ରୁପରମାନେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଅପହରଣ କରିବାକୁ ଯୋଜନା କରୁଛନ୍ତି। ସେମାନେ ଅପହରଣ କରିବା ପରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିବାକୁ ବାଧ୍ୟ କରିବେ ବୋଲି ଆମେରିକା ଗୁଇନ୍ଦା ଦାବି କରିଛି।

ଅନ୍ୟପଟେ ୟୁକ୍ରେନ୍ ଉପରେ ଯୁଦ୍ଧ ଘୋଷଣା କରିବାପରେ ଋଷ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କୁ ବିରୋଧ କରୁଛନ୍ତି ଋଷ ବାସୀ। ଋଷର ୫୧ଟି ସହରରେ ଏବେ ପୁଟିନଙ୍କ ବିରୁଦ୍ଧରେ ଜଳୁଛି ପ୍ରତିବାଦର ନିଆଁ। ଯୁଦ୍ଧ ବନ୍ଦ କରିବାକୁ ନେଇ ବିଭିନ୍ନ ସହରର ରାଜରାସ୍ତାରେ ଏବେ ଋଷବାସୀ କରିଛନ୍ତି ପ୍ରତିବାଦ ଓ ବିକ୍ଷୋଭ।

nis-ad
Leave A Reply

Your email address will not be published.