ଓଡ଼ିଶାରେ ଆଉ ୧୦୪୯ ଜଣ କରୋନାରୁ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୧,୦୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଗତକାଲି ରାଜ୍ୟରୁ ୧,୨୬୬ ରୋଗୀ ସୁସ୍ଥ ହୋଇଥିଲେ।

ଆଜି ସୁସ୍ଥ ହୋଇଥିବା ୧,୦୪୯ ଜଣଙ୍କ ମଧ୍ୟରୁ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪ ଆରୋଗ୍ୟ ହୋଇଥିବା ବେଳେ ଏହା ପଛକୁ କଟକରୁ ୯୦, ସୁନ୍ଦରଗଡରୁ ୫୪, ଯାଜପୁରରୁ ୫୨, ରାୟାଗଡା ୪୬, ଜଗତସିଂହପୁର ୪୨ , ଦେଓଗଡ଼ରୁ ୩୯, ଗଜପତିରୁ ୩୮, ସମ୍ବଲପୁରରୁ ୩୫, କଳାହାଣ୍ଡିରୁ ୩୪, କେନ୍ଦ୍ରାପଡ଼ାରୁ ୩୪, ମୟୂରଭଞ୍ଜରୁ ୩୪ , ବାଲେଶ୍ୱରରୁ ୨୮, ଭଦ୍ରକରୁ ୨୭,ଢେଙ୍କାନାଳରୁ ୨୬,ବରଗଡରୁ ୨୫,ଗଞ୍ଜାମରୁ ୨୪, ନୟାଗଡ଼ରୁ ୧୭,ଝାରସୁଗୁଡାରୁ ୧୫,ନୁଆପଡାରୁ ୧.

ଅନୁଗୁଳରୁ ୯, ନବରଙ୍ଗପୁରରୁ ୯, ସୋନେପୁରରୁ ୯, କେଉଁଝରରୁ ୮, କନ୍ଧମାଳରୁ ୬, ମାଲକାନଗିରିରୁ ୫, ପୁରୀରୁ ୩, କୋରାପୁଟରୁ ୨, ବଲାଙ୍ଗୀରରୁ ୧ , ରାଜ୍ୟ ପୁଲରୁ ୩୨ ସୁସ୍ଥ ହୋଇଛନ୍ତି ।

nis-ad
Leave A Reply

Your email address will not be published.